ଭୁବନେଶ୍ୱର: କରୋନାର ସାମାନ୍ୟରୁ ସାମନ୍ୟତମ ଲକ୍ଷଣ ଥିଲେ ଏହାକୁ ଆଦୌ ଅଣଦେଖା ନ କରିବାକୁ ଆଜି ରାଜ୍ୟ କୋଭିଡ୍-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି । ସେ କହିଛନ୍ତି, ଏହାକୁ ଲୁଚାଇବାର ପ୍ରୟାସ ଆପଣଙ୍କ ଜୀବନକୁ ମୃତ୍ୟୁ ମୁଖକୁ ଠେଲିଦେବ । ତେଣୁ ସାମାନ୍ୟ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରୀ ପରାମର୍ଶ ନେବା ଉଚିତ ।
ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ବାଗଚୀ କହିଛନ୍ତି ଯେ କରୋନାକୁ ନେଇ ଆସିଥିବାସଦ୍ୟତମ ତଥ୍ୟ ଅନୁଯାୟୀ, କୋଭିଡ୍-୧୯ର ବିନା ଲକ୍ଷଣରୁ ହଠାତ ଲକ୍ଷଣ ଯୁକ୍ତ ହୋଇ ଭେଣ୍ଟିଲେଟରର ଆବଶ୍ୟକତା ପଡ଼ିବା ମଧ୍ୟରେ ଦୂରତା ହେଉଛି ମାତ୍ର ୨୪ ଘଣ୍ଟା। ଜୀବନ ମରଣର ଦୋଛକିରେ ଛନ୍ଦି ହୋଇଯିବ ଜୀବନ।
ରାଜ୍ୟ ସରକାରଙ୍କ ପାଇଁ ପ୍ରତ୍ୟେକ ରାଜ୍ୟବାସୀଙ୍କ ଜୀବନ ବହୁ ମୂଲ୍ୟବାନ। ସେଥିପାଇଁ, ରାଜ୍ୟ ସରକାର ପ୍ରତ୍ୟେକ ଗ୍ରାମାଞ୍ଚଳରେ ଏବଂ ପ୍ରତି ସହରାଞ୍ଚଳର ପ୍ରତ୍ୟେକ ବସ୍ତି ଅଞ୍ଚଳରେ ଘରକୁ ଘର ବୁଲି ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ଓ କରୋନା ଲକ୍ଷଣର ପରୀକ୍ଷଣ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ କାଳରେ ରାଜ୍ୟର ଆଶାଦିଦି ଓ ଏଏନ୍ଏମ୍ ଦିଦିମାନେ ଘରକୁ ଘର ବୁଲି ପ୍ରତ୍ୟେକ ବ୍ୟକ୍ତିର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କର କରୋନା ନମୁନା ପରୀକ୍ଷଣର ବ୍ୟବସ୍ଥା କରାଇବେ। ତେଣୁ, ଯଦି ଆପଣଙ୍କ ନିକଟରେ କରୋନାର ସାମନ୍ୟତମ ଲକ୍ଷଣ ବି ଅଛି ତେବେ ବିନା ଭୟରେ ସେମାନଙ୍କୁ ଜଣାନ୍ତୁ ଓ ପରୀକ୍ଷଣ ସହ ଚିକିତ୍ସା କରାଇ ନିଜେ ସୁସ୍ଥ ହେବା ସହ ପରିବାରକୁ ନିରାପଦରେ ରଖନ୍ତୁ।
previous post
