ଓଡିଶା

କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

(ମହାଭାରତ, ସୁନ୍ଦରଗଡ): ସୁନ୍ଦରଗଡ ଜିଲ୍ଲା କ. ବଲାଙ୍ଗ ଥାନା ଅନ୍ତର୍ଗତ ବିମଳାଗଡ ନିକଟରେ ଥିବା କୁରାଢି କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ସାନ ଫକିର ମୁଣ୍ଡାର ବାସିନ୍ଦା ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ଗତକାଲି ଠାରୁ ଯୁବକ ଜଣକ ଘରକୁ ଯାଇ ନଥିଲେ । ପରିବାର ଲୋକେ ଖୋଜାଖୋଜି କରି ମଧ୍ୟ ତାଙ୍କୁ ପାଇ ନଥିଲେ । ବୁଧବାର ସକାଳେ କୁରାଢି କେନାଲରେ ଯୁବକଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପୋଲିସ ଓ ତାଙ୍କ ପରିବାରକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Related posts

ଦୁଇ ନୂତନ ସଂକ୍ରମିତଙ୍କ ତଥ୍ୟ ପ୍ରକାଶ

mahabharatanews

ନବରଙ୍ଗପୁର ସହିଦ ଯବାନଙ୍କୁ ପୁଷ୍ପମାଲ୍ୟା ଅର୍ପଣ

mahabharatanews

ବିବାହ ବିଛେଦ ମାମଲା: ବର୍ଷାଙ୍କୁ ୧୮୫ଟି ପ୍ରଶ୍ନ

mahabharatanews