Uncategorized

ପୁଣି ଭୂକମ୍ପର ଝଟକାରେ ଥରିଛି ଦିଲ୍ଲୀ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଆଜି ସଂଧ୍ୟାରେ ପୁଣି ଥରେ ଭୂକମ୍ପର ଝଟକାରେ ଥରିଉଠିଛି । ଆଜି ସନ୍ଧ୍ୟାରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଏହି କମ୍ପନ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି। ସୂଚନା ଅନୁଯାୟୀ, ହରିଆଣାର ଗୁରୁଗ୍ରାମ ଠାରୁ ଦକ୍ଷିଣପଶ୍ଚିମ ଦିଗର ୬୩ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ଭୂକମ୍ପ ପରେ ବେଶ କିଛି ସେକେଣ୍ଡ ପର୍ଯ୍ୟନ୍ତ ଏହି ଝଟକା ଅନୁଭୂତ ହୋଇଥିଲା । ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଥିଲା । ଲୋକେ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତିର ହେବାର ସୂଚନା ମିଳିନାହିଁ ।

Related posts

୫ରେ ଖୋଲିବ ଜିମ୍ ଓ ଯୋଗ ସେଣ୍ଟର, ଜାରି ହେଲା ଗାଇଡଲାଇନ

mahabharatanews

ମୁମ୍ବାଇ ବିପିସିଏଲ ପ୍ଲାଣ୍ଟରେ ନିଆଁ

mahabharatanews

ବନ୍ଧକ ଥିବା କଂଗ୍ରେସ ବିଧାୟକ ମୁକ୍ତ ହୋଇଛନ୍ତି: ଶୋଭା ଓଝା

mahabharatanews