Uncategorized

ପୁଣି ଭୂକମ୍ପର ଝଟକାରେ ଥରିଛି ଦିଲ୍ଲୀ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଆଜି ସଂଧ୍ୟାରେ ପୁଣି ଥରେ ଭୂକମ୍ପର ଝଟକାରେ ଥରିଉଠିଛି । ଆଜି ସନ୍ଧ୍ୟାରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଏହି କମ୍ପନ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି। ସୂଚନା ଅନୁଯାୟୀ, ହରିଆଣାର ଗୁରୁଗ୍ରାମ ଠାରୁ ଦକ୍ଷିଣପଶ୍ଚିମ ଦିଗର ୬୩ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ଭୂକମ୍ପ ପରେ ବେଶ କିଛି ସେକେଣ୍ଡ ପର୍ଯ୍ୟନ୍ତ ଏହି ଝଟକା ଅନୁଭୂତ ହୋଇଥିଲା । ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଥିଲା । ଲୋକେ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତିର ହେବାର ସୂଚନା ମିଳିନାହିଁ ।

Related posts

ପ୍ରାଣବଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

mahabharatanews

ପଶ୍ଚିମ ବଙ୍ଗ ସରକାରକୁ କୋଲକାତା ହାଇକୋର୍ଟଙ୍କ ଶକ୍ତ ଧକ୍କା

mahabharatanews

ମୋଦି ମହିଳା ସଶକ୍ତିକରଣ ପାଇଁ ବହୁ ମହିଳା କେନ୍ଦ୍ରିକ ଯୋଜନା କରିଛନ୍ତି: ଅର୍ଥମନ୍ତ୍ରୀ

mahabharatanews