(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାନାଗିରି ଜିଲ୍ଲାରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ଜିଲ୍ଲା ପ୍ରଶାସନ ବିଭିନ୍ନ ସମୟରେ ଲକଡାଉନ ଓ ସଟଡାଉନ ଭଳି କଟକଣା ଲାଗୁ କରୁଥିବା ବେଳେ ଏହାର ସୁଯୋଗ ନେଉଛନ୍ତି ନିଶାଦ୍ରବ୍ୟ ବେପାରୀମାନେ । ଜିଲ୍ଲାରେ ଚୋରା ଗଞ୍ଜେଇ ଚାଲାଣ ଉପରେ ରୋକ ଲଗାଇବାକୁ ଯାଇ ପୋଲିସ ଏକ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି । ଏହାସହ ଏଥିରେ ସମ୍ପୃକ୍ତ ଜଣକୁ ଗିରଫ କରିଛି । ସୂଚନା ଅନୁଯାୟୀ,ଗତ ଶୁକ୍ରବାର ରାତି ୧୧ଟାରେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାବେଡା ପଞ୍ଚାୟତର କଙ୍କରପଡା ଛକ ଠାରେ ପୋଲିସ ଏକ ଟ୍ରାକ୍ଟରରେ ବୋଝେଇ ହୋଇ ଯାଉଥିବା ଗଞ୍ଜେଇ ଜବତ କରିଛି । ଏହି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ପୋଲିସକୁ ଦେଖି ଟ୍ରାକ୍ଟରରେ ବସିଥିବା ଲୋକ ଓ ଜଣେ ବାଇକ୍ ଆରୋହୀ ସେଠାରୁ ଚମ୍ପଟ ମାରିଥିଲେ । ସନ୍ଦେହ ହେବାରୁ ପୋଲିସ ଗାଡିର ଯାଞ୍ଚ କରିବାରୁ ଏଥିରୁ ୩୯ଟି ବ୍ୟାଗରେ ଭର୍ତ୍ତି ପ୍ରାୟ ୧୧୭୦ କେଜି ଗଞ୍ଜେଇ ଜବତ କରିଥିଲା । ଏହାସହ ଏହି ଚୋରା କାରବାରରେ ସମ୍ପୃକ୍ତ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି । ଏହି କାରବାରରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଚଳାଇଥିବା ବେଳେ ଏନେଇ ତଦନ୍ତ ଜାରି ରଖିଛି ।