Uncategorized

ଜମ୍ମୁରୁ ବିପୁଳ ପରିମାଣର ଗୁଳିଗୁଳା ଜବତ

ରାଜୋରୀ: ଜମ୍ମୁ କାଶ୍ମୀର ପୁଲିସକୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି । ଏଥିରେ ଅଣ୍ଡର ବାରେଲ ଗ୍ରେନେଡ ଲଞ୍ଚର, ଗ୍ରେନେଡ, ଡିଟୋନେଟର, ପ୍ରେସର ମାଇନ ପରି ମାରଣାସ୍ତ୍ର ରହିଛି । ରାଜୋରୀ ଜିଲ୍ଲାର ଦୋଦାଶନ ପେନ ଅଞ୍ଚଳରୁ ଜମ୍ମୁ କାଶ୍ମୀର ପୁଲିସ ଓ ୩୮ ରାଷ୍ଟ୍ରୀୟ ରାଇଫେଲ (ମାଡ୍ରାସ) ପକ୍ଷରୁ କରାଯାଇଥିବା ଏକ ଅପରେସନ କାଳରେ ଏହି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।
ଏକ ଅଧିକାରିକ ବିବୃତ୍ତି ଅନୁଯାୟୀ, ବିଶେଷ ସୂତ୍ରରୁ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ଆଧାରରେ ୩୮ ଆରଆର (ମାଦ୍ରାସ) ଓ ସ୍ଥାନୀୟ ପୁଲିସ ପକ୍ଷରୁ ମିଳିତ ଏକ ସର୍ଚ୍ଚ ଅପରେସନ କାଳରେ ୟୁବିଜିଏଲ, ୟୁବିଜିଏଲ ଗ୍ରାନେଡ, ଏକେ ମାଗାଜିନ, ପିସ୍ତଲ, ଡିଟୋନେଟର, ଆଇଇଡି ପ୍ରସ୍ତୁତ ସାମଗ୍ରୀ ଓ ଅନ୍ୟ ଶସ୍ତ୍ର ଓ ଗୁଳିଗୁଳା ଉଦ୍ଧାର ହୋଇଛି । ବିବୃତ୍ତିରେ କୁହାଯାଇଛି, ଏହି ଉଦ୍ଧାର କାର୍ଯ୍ୟ ଦର୍ଶାଉଛି କି ନିରାପତ୍ତା ବଳ ସଚେତନ ରହିଛି ଓ ଦେଶଦ୍ରୋହୀ ତତ୍ତ୍ୱର ଯୋଜନାକୁ ପଣ୍ଡ କରି ଦେଇଛି । ଏଥିସହ ଲାଇନ ଅଫ କଣ୍ଟ୍ରୋଲରେ ବୃଦ୍ଧିପାଉଥିବା ଶତ୍ରୁଙ୍କ କାର୍ଯ୍ୟକଳାପକୁ ଦର୍ଶାଉଛି ।

Related posts

ପୁଲିସ କାର୍ଯ୍ୟରେ ହାଇକୋର୍ଟ କ୍ଷୁବ୍ଧ

mahabharatanews

ଆନ୍ଦୋଳନକୁ ଓହ୍ଲାଇବେ ଢାବା ମାଲିକ

mahabharatanews

ହୋଲିକା ଦହନ ପଛର କାହାଣୀ

mahabharatanews