ରାଜନୀତି

ପୁଣି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ପୁଣି ପାୱାର କରିଡରକୁ ଫେରିବେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ । ଏକ ବିଶେଷ ସୂତ୍ରରୁ ଜଣାପଡିଛି କି, ପ୍ରମିଳାଙ୍କ କାର୍ଯ୍ୟଦକ୍ଷତାକୁ ନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଖୁବ ଶୀଘ୍ର ମନ୍ତ୍ରୀମଣ୍ଡଳରେ ସାମିଲ କରିବାକୁ ଯାଉଛନ୍ତି । ସେ ୨୦୦୦ ମସିହାରୁ ବିଜେଡି ଟିକେଟରେ ବିଞ୍ଝାରପୁର ବିଧାନସଭା କ୍ଷେତ୍ରରୁ ଲଗାତର ୫ ଥର ବିଧାୟିକା ଭାବେ ମନୋନୀତ ହୋଇ ଆସିଛନ୍ତି । ତାଙ୍କୁ ପୂର୍ବରୁ ୨୦୦୯ ପାଳିରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ପଦ ଦିଆଯାଇଥିଲା । କିନ୍ତୁ ଡାଲି ଦୁର୍ନୀତି ମାମଲାକୁ ନେଇ ୨୦୧୧ ଫେବୃଆରୀରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ୨୦୧୪ରେ ସେ ନିର୍ବାଚିତ ହୋଇଥିଲେ ମଧ୍ୟ ତାଙ୍କୁ କୌଣସି ମନ୍ତ୍ରୀ ପଦ ମିଳି ନ ଥିଲା । ଏହା ସତ୍ତେ୍ୱ ମଧ୍ୟ ପ୍ରମିଳା ଦଳ ପ୍ରତି ତାଙ୍କ ଦାୟିତ୍ୱ ନିର୍ବାହ କରି ଚାଲିଥିଲେ ।
ଚଳିତ ଥର ନିର୍ବାଚନରେ ପ୍ରମିଳାଙ୍କ ବିଜୟ ପରେ ଚର୍ଚ୍ଚା ହେଉଥିଲା ତାଙ୍କୁ ମନ୍ତ୍ରୀପଦ ମିଳିବ କି ନାହିଁ । କିନ୍ତୁ ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇ ନ ଥିଲା । ହେଲେ ସମ୍ପୂର୍ଣ୍ଣ ଅଣଦେଖା ମଧ୍ୟ କରାଯାଇ ନ ଥିଲା । ତାଙ୍କ ଅଭିଜ୍ଞତା ଆଧାରରେ ତାଙ୍କୁ ସରକାରୀ ଦଳର ମୁଖ୍ୟ ସଚେତକ ଦାୟିତ୍ୱ ଦିଆଯାଇଥିଲା, ଯାହାକୁ ପ୍ରମିଳା ବେଶ ଦକ୍ଷତାର ସହ ମଧ୍ୟ ତୁଲାଇ ଆସିଛନ୍ତି ୨୦୧୯ ମେ ମାସ ଠାରୁ । ଏବେ ଶୁଣିବାକୁ ମିଳିଛିକି ପ୍ରମିଳାଙ୍କୁ କୌଣସି ବିଭାଗର ଦାୟିତ୍ୱ ଦେବାକୁ ଯାଉଛନ୍ତି ।

Related posts

୯ ରୁ ୧୯ ପର୍ଯ୍ୟନ୍ତ ବିଜେପି ପାଳିବ ବିଭିନ୍ନ କାର୍ଯ୍ୟକ୍ରମ

mahabharatanews

ପିସିସି ସଭାପତି ଦୌଡ଼ରେ ୫ ହେଭିୱେଟଙ୍କ ନାଁ

mahabharatanews

ଗୋରାଙ୍କ ଉପରେ ରାଜ କରିବେ ଭାରତୀୟ ବଂଶଜ

mahabharatanews