ଓଡିଶା

ରାଜ୍ୟରେ ଆଜି ୬ ଜଣଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ କରୋନା ସାଂଘାତିକ ହେବାରେ ଲାଗିଛି । ଗତ କିଛିଦିନ ହେବ କରୋନା ସଂକ୍ରମଣ ୫ ଶହ ଉପରକୁ ରହୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ କରୋନାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ଗଞ୍ଜାମରୁ ୩ ଜଣ ଥିବା ବେଳେ ଖୋର୍ଦ୍ଧା, କେନ୍ଦ୍ରାପଡା ଓ ରାୟଗଡାରୁ ଜଣେ ଲେଖା ରହିଛନ୍ତି । ଫଳରେ ରାଜ୍ୟରେ କରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି।
ଆଜି ମୃତ୍ୟୁ ଘଟିଥିବା କରୋନା ଆକ୍ରାନ୍ତଙ୍କ ମନଙ୍କ ମଧ୍ୟରୁ ୫ଜଣ ପୁରୁଷ ଓ ଜଣ ମହିଳା ରହିଛନ୍ତି। ଗଞ୍ଜାମରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧାରେ ମୃତ୍ୟୁ ସଂଖ୍ୟା ୮ ହୋଇଛି । ସେହିପରି କେନ୍ଦ୍ରାପଡ଼ା ଓ ରାୟଗଡ଼ା ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Related posts

୨ଦିନ ପରେ ବର୍ଷା ସମ୍ଭାବନା 

mahabharatanews

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

mahabharatanews

ଯଦୁପୁର ପୋଖରି ଶୁଖାଇବ ଏସଆଇଟି

mahabharatanews