ଓଡିଶା

 ଶିଶୁଭବନରେ ଆଉ ଜଣେ କରୋନା ଆକ୍ରାନ୍ତ

କଟକ: କଟକସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ  ଶିଶୁ ଭବନରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ । ଏହି ଆକ୍ରାନ୍ତ ୬ ବର୍ଷର ଶିଶୁ । ଗତକାଲି ତାଙ୍କୁ ଜଗତସିଂହପପୁରରୁ କଟକ ଶିଶୁ ଭବନର ଆଇସୋଲେସନ୍‌ ଓ୍ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଏପରିକି ତାଙ୍କର ରକ୍ତ ଓ ସ୍ୱାବ୍‌ ଟେଷ୍ଟ ପାଇଁ ପଠାଯାଇଥିଲା। ଆଜି ରିପୋର୍ଟରେ ସେ ପଜିଟିଭ ଥିବା ଜଣାପଡିଛି। ଏନେଇ ସୂଚନା ଦେଇଛନ୍ତି ଶିଶୁ ଭବନ ଅଧୀକ୍ଷକ ପ୍ରଫେସର ସରୋଜ ଶତପଥୀ।
ଆଜି ସୁଦ୍ଧା ସିଏମ୍‌ସି ଅଞ୍ଚଳରେ ୨୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୬୮ ଜଣ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Related posts

ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ

mahabharatanews

୫ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ

mahabharatanews

ଆଜି ଠାରୁ ରାଜ୍ୟ ବ୍ୟାପି ପଛୁଆବର୍ଗଙ୍କ ସର୍ଭେ

mahabharatanews