Uncategorized

ଆତଙ୍କବାଦୀଙ୍କ ଗୁଳିରେ ବିଜେପି ନେତାଙ୍କ ମୃତ୍ୟୁ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ବାନ୍ଦିପୁରା ଜିଲାରେ ଏକ ଆତଙ୍କବାଦୀ ଆକ୍ରମଣରେ ବିଜେପି ନେତା ୱାସିମ ବରି, ତାଙ୍କ ବାପା ଓ ଭାଇ ମୃତ୍ୟୁବରଣ କରିଛନ୍ତି । ୱାସିମ ତାଙ୍କ ଦୋକାନ ସାମ୍ନାରେ ଛିଡ଼ା ହୋଇଥିବାବେଳେ ରାତି ପ୍ରାୟ ୯ଟାରେ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏଥିରେ ତାଙ୍କ ବାପା ବସୀର ଅହମ୍ମଦ ଏବଂ ଭାଇ ଉମର ମଧ୍ୟ ପ୍ରାଣ ହରାଇଥିଲେ। ୱାସିମ ବାନ୍ଦିପୁରା ଜିଲା ବିଜେପିର ପୂର୍ବତନ ସଭାପତି ଥିଲେ।
କାଶ୍ମୀର ଆଇଜି ବିଜୟ କୁମାର କହିଛନ୍ତି, ୱାସିମ, ତାଙ୍କ ବାପା ଏବଂ ଭାଇ ସେମାନଙ୍କ ଦୋକାନ ବାହାରେ ଛିଡ଼ା ହୋଇଥିବାବେଳେ ଆତଙ୍କବାଦୀମାନେ ଅଚାନକ ସେମାନଙ୍କ ଉପରେ ଗୁଳି ଚଳାଇଥିଲେ। ଏଥିରେ ୩ ଜଣ ଯାକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ୱାସିମଙ୍କର ୧୦ ଜଣ ପିଏସଓ(ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ) ରହିଥିଲେ। କିନ୍ତୁ ଆକ୍ରମଣ ସମୟରେ କେହି ଉପସ୍ଥିତ ନ ଥିଲେ। ପିଏସଓମାନେ ଦୋକାନକୁ ଲାଗିଥିବା ୱାସିମଙ୍କ ଘରର ପ୍ରଥମ ମହଲାରେ ବସିଥିଲେ। ଏହି ହତ୍ୟାକାଣ୍ଡରେ ସେମାନଙ୍କ ଭୂମିକାକୁ ନେଇ ପୁଲିସ ସମସ୍ତଙ୍କୁ ଗିରଫ କରିଛି। ଆତଙ୍କବାଦୀମାନଙ୍କୁ ଧରିବା ଲାଗି ପୁଲିସ ଏବଂ ଯବାନଙ୍କର ଏକ ମିଳିତ ଟିମ୍‌ ସର୍ଚ୍ଚ ଅପରେଶନ କରୁଛି । ଏହି ହତ୍ୟାକାଣ୍ଡକୁ ନେଇ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସମେତ ବିଜେପିର ବରିଷ୍ଠ ନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।

Related posts

କେଶ ଅଧିକ ପାଚୁଛି କି? ମେହେନ୍ଦି ପାଉଡରରେ ମିଶାଇ ଲଗାନ୍ତୁ ଏହି ତେଲ, କେଶ ହେବ ଘନ ଓ କଳା

mahabharatanews

୬.୬୦ କୋଟି ବର୍ଷ ପୂର୍ବେ ଉଲକାପିଣ୍ଡ ଦୁର୍ଘଟଣାରେ ବହୁ କ୍ଷୟକ୍ଷତି ହୋଇଥିଲା

mahabharatanews

ଫାଶୀ ସ୍ଥଗିତ ପାଇଁ ନିର୍ଭୟା ଦୋଷୀ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ

mahabharatanews