Uncategorized

ମୋଦି, ଗଡସେଙ୍କ ବିଚାରଧାରା ସମାନ: ରାହୁଲ

(ଥିରୁବନନ୍ତପୁରମ): କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନାଥୁରାମ ଗଡସେ ସହ ତୁଳନା କରିଛନ୍ତି । ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ କେରଳର କାଲପେଟାରେ ଆୟୋଜିତ ଏକ ରାଲିରେ ଯୋଗ ଦେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ନାଥୁରାମ ଗଡସେ ଓ ପ୍ରଧାନମନ୍ତ୍ରୀ ମୋଦି ଗୋଟିଏ ବିଚାରଧାରାରେ ବିଶ୍ୱାସ କରନ୍ତି । ଏମାନଙ୍କ ବିଚାରଧାରେ କୌଣସି ପାର୍ଥକ୍ୟ ନାହିଁ । ଏପରିକି ଗଡସେକୁ ବିଶ୍ୱାସ କରନ୍ତି ବୋଲି କହିବା ପାଇଁ ସେପରି ସାହାସ ମୋଦିଙ୍କ ପାଖରେ ନାହିଁ ବୋଲି ସେ କହିଛନ୍ତି । ଜାତୀର ପିତା ମହାତ୍ମା ଗାନ୍ଧିଙ୍କୁ ଗଡସେ ହତ୍ୟା କରିଥିଲେ କାରଣ ସେ ନିଜକୁ ବିଶ୍ୱାସ କରୁ ନ ଥିଲେ, କାହାକୁ ଭଲ ପାଉ ନ ଥିଲେ, କାହାକୁ ଖାତିର କରୁ ନଥିଲେ । ଯାହାକି ମୋଦିଙ୍କ ପାଖରେ ଦେଖିବାକୁ ମିଳେ । ସେ କେବଳ ନିଜକୁ ଭଲ ପାଆନ୍ତି ଓ ନିଜକୁ ବିଶ୍ୱାସ କରନ୍ତି । ଏବେ ଭାରତୀୟ ମାନେ ନିଜର ନାଗରିକତାର ପରିଚୟ ଦିଅନ୍ତୁ ବୋଲି ସେ ବାଧ୍ୟ କରୁଛନ୍ତି । ଅହଂକାରୀ ହୋଇ ଭାରତର ଶକ୍ତି କ’ଣ ତାହା ସେ ଭୁଲି ଯାଇଛନ୍ତି । ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ଗଡସେର ବିଚାରଧାରା ତାଙ୍କ ବିଚାରଧାରା ସହ ସମାନ ବୋଲି କଂଗ୍ରେସ ୱାୟନାଡ ସାଂସଦ ରାହୁଲ ଗାନ୍ଧି କହିଛନ୍ତି ।

Related posts

‘ଦ ନ୍ୟୁ ଡାଇମଣ୍ଡ’ ତୈଳ ଟ୍ୟାଙ୍କରରେ ନିଆଁ

mahabharatanews

ସିଂହଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି

mahabharatanews

ଗତ ମାସରେ ୮୫ ନବଜାତକଙ୍କ ମୃତ୍ୟୁ ଅହମଦାବାଦ ହସ୍ପିଟାଲରେ ହୋଇଛି

mahabharatanews