Uncategorized

ସାମ୍ବାଦିକଙ୍କୁ ‘କରୋନା ଯୋଦ୍ଧା’ ସମ୍ମାନ ନମିଳିବା ନେଇ ଉଦବେଗ

(ହିଞ୍ଜିଳି/ରଜନୀକାନ୍ତ ପ।।ତ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ମତ ମନ୍ତବ୍ୟରେ ସାମ୍ବାଦିକ ମାନଙ୍କୁ ଅଗଧାଡ଼ିର କୋରନା ଯୋଦ୍ଧା ବୋଲି କହିବା କେବଳ ଧର୍ମକୁ ଆଖିଠାର ଭଳି ସାବ୍ୟସ୍ତ ହୋଇଛି। ଗତ ୧୧/ଜୁଲାଇରେ ହିଞ୍ଜିଳିକାଟୁ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ। ସେ ବିଭିନ୍ନ ସ୍ଥାନରୁ ଖବର ସଂଗ୍ରହ କରିବା ସମୟରେ କିମ୍ବା ପ୍ରବାସୀ ଓଡ଼ିଆଙ୍କ ସହ ସମ୍ପର୍କରେ ଆସି ସେମାନଙ୍କ ସୁବିଧା ଅସୁବିଧା ବୁଝିବା ବେଳେ ସଂକ୍ରମିତ ହୋଇଥିଲେ। ତେବେ ଏ ଯାଏଁ ରାଜ୍ୟ ସରକାରଙ୍କ ତରଫରୁ “କରୋନା ଯୋଦ୍ଧା” ଭାବେ ତାଙ୍କ ପାଇଁ କୌଣସି ସମ୍ମାନ କିମ୍ବା ଶ୍ରଦ୍ଧାଞ୍ଜଳି ମିଳିପାରି ନାହିଁ। ସାମ୍ବାଦିକ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ କୌଣସି ପ୍ରକାର ସମ୍ବେଦନା ନଥିବା ଏଥିରୁ ଜଣାପଡୁଛି ବୋଲି ସାମ୍ବାଦିକ ମହଲରେ ଆଲୋଚନା ହେଉଛି। କୌଣସି ସାମ୍ୱାଦିକ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କଲେ ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ ବୋଲି ଗତ ୨୭/ଏପ୍ରିଲରେ ରାଜ୍ୟ ସରକାର ଘୋଷଣା କରିଥିଲେ। ତେବେ ଶ୍ରୀ ପଟ୍ଟନାୟକଙ୍କ ମୃତ୍ୟୁରେ ରାଜ୍ୟ ସରକାର କୌଣସି ପ୍ରକାରର ତତ୍ପରତା ଦେଖାଇ ନଥିବା ଭଳି ଅନୁଭବ ହେଉଛିି। ସେହିପରି ମୃତ୍ୟୁବରଣ କରୁଥିବା “କରୋନା ଯୋଦ୍ଧା” ମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଥିବା ବେଳେ ସ୍ଵର୍ଗତ ପଟ୍ଟନାୟକଙ୍କ ଉଦ୍ଧେଶ୍ୟରେ କୌଣସି ଟ୍ୱିଟ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର କିମ୍ବା ସୂଚନା ଏବଂ ଲୋକସମ୍ପର୍କ ବିଭାଗ ତରଫରୁ କରାଯାଇନାହିଁ। ସ୍ଵର୍ଗତ ହିଞ୍ଜିଳିକାଟୁ ଅଞ୍ଚଳର ଜଣେ ଲୋକପ୍ରିୟ ସାମ୍ବାଦିକ ଥିଲେ, ତେଣୁ ଏନେଇ ଅଞ୍ଚଳବାସୀ ମଧ୍ୟ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି।

Related posts

ପରୀକ୍ଷା ବାତିଲକୁ ସୁପ୍ରିମ କୋର୍ଟଙ୍କ ଖାରଜ, ଧାର୍ଯ୍ୟ ତାରିଖରେ ପରୀକ୍ଷା ଶେଷ କରିବାକୁ ନିର୍ଦ୍ଦେଶ

mahabharatanews

ଜେଏନୟୁ କୁଳପତିଙ୍କ ଇସ୍ତଫା ଦେବା ଜରୁରୀ: ରମେଶ

mahabharatanews

ଋତୁଚକ୍ର ସ୍ୱଚ୍ଛତା ସଚେତନତାରେ ମାନୁଷୀ ସାମିଲ

mahabharatanews