ଓଡିଶା

ହିଂଜିଳି ସହରରେ ଯିବା ଆସବା ନେଇ ରୋକ ଲଗାଇଲା ପୁଲିସ

(ହିଞ୍ଜିଳିି/ ରଜଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲାର ହିଂଜିଳି ସହର ରେ ମହାମାରୀ କରୋନା ଦିନକୁ ଦିନ ବଢ଼ିବାରେ ଲାଗିଛି ଜିଲ୍ଲାର ହିଂଜିଳି ସହର ମଧ୍ୟରେ ପ୍ରତ୍ୟେକ ଦିନ କିଛି ନା କିଛି ପଜଟିଭ୍ ଚିହ୍ନଟ ହେଉଛନ୍ତି ଏହାକୁ ଦୃଷ୍ଟିରେ ରଖି ହିଂଜିଳି ପୋଲିସ ଥାନା ଅଧିକାରୀ ଅଭିମନ୍ୟୁ ଦାସ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରା ଯାଇଛି । ହିଂଜିଳି ସହର ର ରୁ କୌଣସି ଲୋକ ସହର ବାହାରକୁ ଯାଇପାରିବେନି କିମ୍ବା ସହରକୁ ବାହାର ଲୋକ ଆସି ପାରିବେନି । ଏଥିପାଇଁ ମଙ୍ଗଳବାର ସକାଳୁ ଥାନା ଆଇଆଇସି ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ଥାନାର ଏସଆଇ ଅନ୍ୟ ଷ୍ଟା କୁ ନେଇ ବଡ଼ ଶଙ୍ଖ ଓ ପୋଷ୍ଟ ଅଫିସ ଛକ ଓ ବ୍ଲକ ଛକଠାରେ ବାଇକ ଆରୋହୀଙ୍କୁ ଛାଡି ନ ଥିଲେ । କେବଳ ମେଡିକାଲ କାମରେ ଆସୁଥିବା ବ୍ୟକ୍ତିଙ୍କୁ ଛଡା ଯାଉଥିବା ଦେଖିବାକୁ ମିଳିଥିଲା କ୍ଷ ଏହା ଦ୍ୱାରା କରୋନା ଆକ୍ରାନ୍ତ ସଂଖ୍ୟା କିଛି ମାତ୍ରାରେ କମିବ ବୋଲି ଥାନା ଆଇଆଇସି ଦାସ ସୂଚନା ଦେଇଛନ୍ତି । ଝିପିଝିପି ବର୍ଷା ସତ୍ତ୍ୱେ ହିଂଜିଳି ପୋଲିସର ଏହି କାର୍ୟ୍ୟକୁ ସହରବାସୀ ପ୍ରଶଂସା କରିଛନ୍ତି ।ତତ୍ ସହିତ ଲୋକମାନେ କହିଛନ୍ତି ଏହା କରିବା ଦ୍ୱରା କିଛି ମାତ୍ରାରେ ପ୍ରଭାବିତ କମିବ ବୋଲି ସ୍ଥାନୀୟ ଜନସାଧାରଣ କହିଛନ୍ତି ।

Related posts

ଆସନ୍ତାକାଲି ଲଘୁଚାପ କ୍ଷେତ୍ରରେ ପରିଣତ ହେବ ଘୂର୍ଣ୍ଣିବଳୟ

mahabharatanews

ବିଦ୍ୟୁତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

mahabharatanews

ଦିଲ୍ଲୀ ଗସ୍ତ କଲେ ନୂଆ ପିସିସି ସଭାପତି

mahabharatanews