ଓଡିଶା

ରାହାମା ସଟଡାଉନ

(ଦୀଲ୍ଲିପ ସହୁ/ଜଗତସିଂହପୁର): ଜଗତସିଂହପୁର ଜିଲ୍ଲାର ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳ ରାହାମା ଅଞ୍ଚଳକୁ ପାଞ୍ଚଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି। ହଜାରେରୁ ଉର୍ଦ୍ଧ ଥିବା ବ୍ୟବସାୟ ପ୍ରତିଷ୍ଠାନ ସମେତ ବ୍ୟାଙ୍କ ଓ ଅନ୍ୟାନ୍ୟ ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ଶୂନଶାନ ହୋଇଛି ସମଗ୍ର ରାହାମା ଅଞ୍ଚଳ।
ଜଗତସିଂହପୁର ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଥିବା ବେଳେ ବ୍ୟବସାୟୀକ ପେଣ୍ଠସ୍ଥଳ ରାହାମା ଅଞ୍ଚଳରେ ତିନିଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କୁଜଙ୍ଗ ବ୍ଲକ ରାହାମା ଅଞ୍ଚଳ ଅଧ୍ୟୁଷିତ ତାଳପଡା ପଞ୍ଚାୟତରୁ ଜଣେ ଓ ସାଇଲୋ ପଞ୍ଚାୟତରୁ ଦୁଇଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଉଭୟ ପଞ୍ଚାୟତର ସରପଞ୍ଚ ଦୁଇ ପଞ୍ଚାୟତ ସମେତ ସମଗ୍ର ରାହାମା ବଜାରକୁ ସଟଡାଉନ ଘୋଷଣା କରିଛନ୍ତି। ତାଳପଡା ଓ ସାଇଲୋ ପଞ୍ଚାୟତର ସମସ୍ତ ଗ୍ରାମ ସମେତ ରାହାମା ଅଞ୍ଚଳରେ କଟକଣା ଜାରି କରାଯାଇଛି । ରାହାମା ବଜାର କମିଟି କଟକଣାକୁ ସମର୍ଥନ କରିଛନ୍ତି।

Related posts

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୯ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ହନୁମାନ ପଇସା ଲୋଭ ଦେଖାଇ ଲୁଟ ,୫ ଗିରଫ

mahabharatanews

୭୦ ଲକ୍ଷରେ ୧୭ଟି ମାଛ 

mahabharatanews