ଓଡିଶା

ଭୁବନେଶ୍ୱରରୁ ଆଉ ୬୦ କରୋନା ପଜିଟିଭ ଚିହ୍ନଟ

(ମହାଭାରତ/ଭୁବନେଶ୍ୱର): ଆଜି ଭୁବନେଶ୍ୱରରୁ ଆଉ ୬୦ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୦ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ୨୦ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ତେବେ ଚିହ୍ନଟ ହୋଇଥିବା ୨୦ ସ୍ଥାନୀୟ ସଂକ୍ରମିତଙ୍କ ଭିତରୁ ଭୀମଟାଙ୍ଗି, ଜାଗମରା, ବମିଖାଲ, ନୟାପଲ୍ଲୀ ଆଇଆର୍ସି ଭିଲେଜ, ସାଲିଆ ସାହି, ସମ୍ ହସ୍ପିଟାଲ ନିକଟ ଶ୍ୟାମପୁର, ଘାଟିକିଆରୁ ଜଣେ ଲେଖାଏଁ ଚିହ୍ନଟ ଚିହ୍ନଟ ହୋଇଛନ୍ତି। ସେହିପରି ନୟାପଲ୍ଲୀ ବେହେରା ସାହି, ସାଲିଆ ସାହି ଶ୍ରୀରାମ ନଗର, କେନ୍ଦ୍ରୀୟ ସରକାରୀ ହସ୍ପିଟାଲର ଜଣେ ପୁରୁଷ କର୍ମଚାରୀ, ପଟିଆ ରେଲୱେ ଷ୍ଟେସନ ନିକଟରୁ ଜଣେ ଟ୍ୟାକ୍ସି ଡ୍ରାଇଭର, ଆଚାର୍ୟ୍ୟ ବିହାର ବିଶେଶ୍ୱର ବସ୍ତିରୁ ଜଣେ, ଜୟଦେବ ବିହାରରୁ ୨ ଜଣ, ସାଲିଆ ସାହି ନିରଙ୍କରୀ ନଗରରୁ ୨ ଜଣ ଓ ଏକ ସରକାରୀ ହସ୍ପିଟାଲର ୩ ଜଣ ପୁରୁଷ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟ ୪୦ ଜଣ ଆକ୍ରାନ୍ତ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି।
ସୂଚନାଯୋଗ୍ୟ, ଆଜି ସୁଦ୍ଧା ଭୁବନେଶ୍ୱରରେ କରୋନାରେ ୯୧୯ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୫୦୪ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।

Related posts

୨୦୦୧ ବ୍ୟାଚ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

mahabharatanews

ଏବେ ୧୩ ଜିଲ୍ଲା ଫୋକସ

mahabharatanews

ଅମୀୟଙ୍କ ମୁଣ୍ଡରେ କେଉଁ ନେତାଙ୍କ ହାତ ?

mahabharatanews