Uncategorized

ନେପାଳ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ବୟାନ: ବିଶ୍ୱ ହିନ୍ଦୁ ସେନାର ଆକ୍ରୋଶର ଶିକାର ନେପାଳୀ ଯୁବକ

ବାରାଣସୀ: ଭଗବାନ ଶ୍ରୀରାମ ଭାରତର ନୁହଁନ୍ତି ନେପାଳର ବୋଲି ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଦାବି କରିବା ପରେ ଭାରତୀୟ ହିନ୍ଦୁ ଧର୍ମାବଲମ୍ବୀଙ୍କ ମଧ୍ୟରେ ଆକ୍ରୋଶ ଦେଖା ଦେଇଛି । ଭାରତରେ ରହୁଥିବା ଜଣେ ନେପାଳୀ ନାଗରିକଙ୍କୁ ଓଲିଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଭାରି ମୂଲ୍ୟ ଦେବାକୁ ହୋଇଛି । କାଶୀରେ ବିଶ୍ଵ ହିନ୍ଦୁ ସେନାର କାର୍ୟ୍ୟକର୍ତ୍ତାମାନେ ଜଣେ ନେପାଳୀ ଯୁବକଙ୍କୁ ଲଣ୍ଡା କରି ତାଙ୍କ ମୁଣ୍ଡରେ ଜୟ ଶ୍ରୀରାମ ଲେଖିଛନ୍ତି। ଏପରି କି ଯୁବକ ଜଣଙ୍କୁ ଜୟ ଶ୍ରୀରାମ କହିବାକୁ ବାଧ୍ୟ କରାଯିବା ସହିତ ଓଲିଙ୍କ ବିରୋଧରେ ନାରାବାଜି କରିବାକୁ ବାଧ୍ୟ କରାଯାଇଛି। ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାବେଳେ ସ୍ଥାନୀୟ ଲୋକମାନେ ଏହାକୁ ନିନ୍ଦା କରିଛନ୍ତି।
ଯୁବକଙ୍କ ଲଣ୍ଡା କରାଯିବା ସମୟର ଦୃଶ୍ୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସଂଗଠନର କାର୍ୟ୍ୟକର୍ତ୍ତାମାନେ କହିଛନ୍ତି ଯେ, ନେପାଳ ପ୍ରଧାନମନ୍ତ୍ରୀ ନିଜର ମନ୍ତବ୍ୟ ଉପରେ କ୍ଷମାପ୍ରାର୍ଥନା ନ କଲେ ଏଭଳି କାର୍ୟ୍ୟ ଆଗକୁ ଜାରି ରହିବ। କାଶୀର ଯେଉଁ ଅଞ୍ଚଳରେ ନେପାଳୀ ନାଗରିକମାନେ ରହୁଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ଚେତାବନୀପୂର୍ଣ୍ଣ ପୋଷ୍ଟର ଲଗାଯାଇଛି।

Related posts

୯ ମିନିଟ ପାଇଁ ଦୀପ ଜଳାଇବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ

mahabharatanews

ସୁପ୍ରିମ କୋର୍ଟକୁ ଗଲେ ଚନ୍ଦ୍ରଶେଖର ଆଜାଦ

mahabharatanews

ଉଲରେ ତିଆରି ପ୍ରକୃତିର ଛବି

mahabharatanews