ଓଡିଶା

କରୋନା ଉଜାଡି ଦେଇଛି ବାରିକ ସମାଜର ଜୀବିକା

(ମହାଭାରତ/କୁଜଙ୍ଗ): କରୋନା ଭାଇରସ୍ ପାଇଁ ଦୀର୍ଘ ୪ ମାସ ହେଲା ହାତ ବାନ୍ଧି ବସିଛନ୍ତି ବାରିକ ସମାଜ। ସେଲୁନରେ କରୋନା ବ୍ୟାପିବାରେ ପ୍ରମୁଖ କାରଣ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଘୋଷଣା କରିବା ପରେ ସେମାନଙ୍କ ଉପରେ ଚଡକ ପଡିଛି । ରାଜ୍ୟ ସରକାର ସେଲୁନ୍, ସ୍ପା ଖୋଲିବା ଉପରେ ପ୍ରତିବନ୍ଧକ ଲଗାଇବା ପରେ ଉଜୁଡି ଯାଇଛି ଏମାନଙ୍କ ଜୀବିକା।ଘରକୁ ଯାଇ ଖିଅର କରିବା କାର୍ୟ୍ୟ ମଧ୍ୟ ବନ୍ଦ ରହିଛି । ଅନ୍ୟପକ୍ଷରେ ଏହି ମହାମାରୀ ଯୋଗୁଁ ବିବାହ, ବ୍ରତ, ଶୁଦ୍ଧି କ୍ରିୟା ଭଳି କାର୍ୟ୍ୟ ମଧ୍ୟ ବନ୍ଦ ହୋଇଥିବାରୁ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି । ରାଜ୍ୟ ସରକାର କରୋନା ପାଇଁ କ୍ଷତି ସହୁଥିବା ବିଭିନ୍ନ ବର୍ଗର ଲୋକଙ୍କୁ ସହାୟତା ଯୋଗାଇ ଦେଉଥିବା ବେଳେ ବାରିକ ସମାଜକୁ ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି। ଏହାକୁ ନେଇ ନିଖିଳ ଉତ୍କଳ ବାରିକ ସମିତି ପକ୍ଷରୁ କୁଜଙ୍ଗ ତାଳଦଣ୍ଡା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି। କରୋନା ଯୋଗୁଁ ସବୁ ବର୍ଗର ଲୋକେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବାରିକ ସମାଜ ପାଖରେ ନା ଅଛି କାମ, ନା ମିଳୁଛି ସରକାରୀ ସହାୟତା। ଏ ସମ୍ପର୍କରେ ଏକ ଦାବିପତ୍ର ଜଗତସିଂହପୁର ଜିଲ୍ଲାପାଳଙ୍କ ନିକଟକୁ ପଠା ଯାଇଥିବା ବେଳେ, ରାଜ୍ୟ ସରକାର ତୁରନ୍ତ ସହାୟତା ଯୋଗାଇ ଦେବାକୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାରିକ ସମିତି ସଦସ୍ୟମାନେ ଅନୁରୋଧ କରିଛନ୍ତି।

Related posts

କାଳବୈଶାଖୀରେ ଭାଙ୍ଗିଲା ଘର କାନ୍ଥ

mahabharatanews

ଜଙ୍ଗଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews

ଉଦ୍ଧାର ହେଲା ୩ ବିରାଟକାୟ ମାଛ

mahabharatanews