ଓଡିଶା

କୋଟଗଡ ବ୍ଲକରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ

ପଦ୍ମନାଭ ପାଣିଗ୍ରାହୀ/ କନ୍ଧମାଳ: କନ୍ଧମାଳ ଜିଲ୍ଲା କୋଟଗଡ଼ରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି । କୋରୋନା ପଜିଟିଭ ଜଣକ ହେଲେ କୋଟଗଡ଼ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ପ୍ରବନ୍ଧକ । ବ୍ୟାଙ୍କ ପ୍ରବନ୍ଧକ କୌଣସି ଏକ କାମରେ ଦାରିଙ୍ଗବାଡିର ଶାଖା ପ୍ରବନ୍ଧକ ପାଖକୁ ଯାଇ ତାଙ୍କ ସହ ଦୁଇ ଦିନ ରହି ଆସିଥିଲେ, ଯିଏ କୋରୋନା ପଜିଟିଭ ଥିଲେ। ଦାରିଙ୍ଗବାଡି ଶାଖା ପ୍ରବନ୍ଧକଙ୍କଠାରେ କରୋନା ଚିହ୍ନଟ ହେବା ପରେ ତାଙ୍କୁ ସଂଘରୋଧରେ ରହିବାକୁ ନିର୍ଦ୍ଦେଶ ହୋଇଥିଲା ଓ ତାଙ୍କ ସ୍ୱାବ ନମୁନା ପରୀକ୍ଷା କରାଯାଇ ଥିଲା । ସ୍ୱ।।ବ ପରୀକ୍ଷା ପରେ ସେ ପଜିଟିଭ ଥିବା ବାହାରିଥିଲା । ଏହାପରେ ତାଙ୍କୁ ଜିଲ୍ଲା ସ୍ଥିତ କୋରୋନା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପରେ ସମ୍ପୃକ୍ତ ବ୍ୟାଙ୍କଟିକୁ ସ୍ଥାନୀୟ ତହସିଲଦାର ଶ୍ରୀ ଲାଷ୍ମୀଧର ସାହୁ ଓ ବି ଡ଼ି ଓ କୈଳାସ ଚନ୍ଦ୍ର ମୁର୍ମୁ ଅଗ୍ନିଶମ ବିଭାଗ ସହାୟତାରେ ସନିଟାଇଜ କରିବା ସହ ବ୍ୟାଙ୍କକୁ ଆଗାମୀ ୧୦ ଦିନ ପାଇଁ ସିଲ କରିଛନ୍ତି । ଏହାସହ ସ୍ଥାନୀୟ ସରପଞ୍ଚ ସମ୍ପୃକ୍ତ ଅଂଚଳକୁ ୭ଦିନ( ୧୯/୦୭/୨୦୨୦ ରୁ ୨୫/୦୭/୨୦୨୦ ) ପାଇଁ ସଟଦଉନ ଘୋଷଣା କରିଛନ୍ତି । ଏଥିରେ ଖିଲାପ କାରୀଙ୍କୁ ଆଇନ ଅନୁଯାଇ ଦଣ୍ଡିତ କରିବାକୁ ଘୋଷଣା କରାଯାଇଛି । ଏବେ ଶାଖା ପ୍ରବନ୍ଧକଙ୍କ ସଂସ୍ପର୍ଶରେ ଆସିଥିବା ୧୬ ଜଣଙ୍କୁ କୋଭିଡ ହସ୍ପିଟାଲ କୋଟଗଡକୁ ନେଇଥିବା ଖବର ମିଳିଛି ।

Related posts

ବାବୁସାନ ଘରକୁ ଫେରିବାକୁ ନେଇ ଅପରାଜିତାଙ୍କ ପ୍ରତିକ୍ରିୟା 

mahabharatanews

କମିଟି ଅଧ୍ୟକ୍ଷକଙ୍କ ନାମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

 ଓଡ଼ିଶାରେ ୬୭. ୫୯ ପ୍ରତିଶତ ମତଦାନ

mahabharatanews