ଅପରାଧ

ରାଜଧାନୀରେ ଯୁବକଙ୍କୁ ଗୋଡାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରାଜରାସ୍ତା ଉପରେ ଦିନ ଦ୍ୱିପ୍ରହରେ ଯୁବକଙ୍କୁ ଆକ୍ରମଣ । ଜଣେ ଯୁବକଙ୍କୁ ରାଜରାସ୍ତା ଉପରେ ଗୋଡାଇ ଗୋଡାଇ ଆକ୍ରମଣ କଲେ ଦୁର୍ବୃତ୍ତ । ସଂଘବଦ୍ଧ ହୋଇ ଦୁର୍ବୃତ୍ତ ଯୁବକଙ୍କୁ ଆକ୍ରମଣ କରିଛନ୍ତି । ଗୁରୁତର ଅବସ୍ଥାରେ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ଜଣାଯାଇଛି ।
ଆଜି ମଧ୍ୟାହ୍ନ ପ୍ରାୟ ୧ଟା ୧୦ ମିନିଟରେ ବାପୁଜୀ ନଗର ଓଭର ବ୍ରିଜଦେଇ ଯାଉଥିବା ପି ନରସିଂହ ଯାଉଥିବା ବେଳେ ତାଙ୍କୁ ସଂଘବଦ୍ଧ ଭାବେ କିଛି ଦୁର୍ବୃତ୍ତ ଗୋଡାଇ ଗୋଡାଇ ଆକ୍ରମଣ କରିଛନ୍ତି । ଫାର୍ସାରେ ନରସିଂହଙ୍କୁ ଅ।।କ୍ରମଣ କରିଛନ୍ତି ଦୁର୍ବୃତ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି । ବର୍ତ୍ତମାନ ନରସିଂହଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Related posts

ବାଲି ମାଫିଆଙ୍କ ଆକ୍ରମଣରେ ଅତିରିକ୍ତ ତହସିଲଦାର, ଆରଆଇ ଗୁରତର

mahabharatanews

ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

mahabharatanews

ତରଭା ମଦ ଦୋକନ ଚୋରୀ ଘଟଣା ; ଦୁଇ ଗିରଫ

mahabharatanews