ଓଡିଶା

ଛତ୍ରପୁର ଏଡିଏମଙ୍କ ହିଞ୍ଜିଳି ଗସ୍ତ: କରୋନା ସମୀକ୍ଷା ସାଙ୍ଗକୁ ସଂକ୍ରମିତଙ୍କୁ ବାଣ୍ଟିଲେ କିଟ୍

(ରଜନୀକାନ୍ତ ପାତ୍ର/ ହିଞ୍ଜିଳି): କରୋନାକୁ ପ୍ରତିହିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଜନସଚେତନତା ସୃଷ୍ଟି କରାଯିବା ସହ ବହୁ କଟକଣା ଜାରି କରାଯାଇଛି । ହିଞ୍ଜିଳିକାଟୁ ବ୍ଳକ ଓ ପୌରାଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସ୍ଥାନୀୟ ଅଂଚଳରେ କରୋନାର ମୁକାବିଲା ସକାଶେ ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ପ୍ରଶାସନ ଉଦ୍ୟମ କରି ଚାଲିଛନ୍ତି । ଏହି ପରିପ୍ରେକ୍ଷୀରେ ସୋମବାର ଛତ୍ରପୁର ସବଡ଼ିଭିଜନ ସ୍ୱତନ୍ତ୍ର ଏଡ଼ିଏମ ଭାବେ ନିଯୁକ୍ତି ପାଇଥବା ପାରୁଲ୍ ପଟ୍ଟୱାରୀ ହିଞ୍ଜିଳି ଗ୍ରସ୍ତରେ ଆସି କରୋନାର ସମୀକ୍ଷା କରିଛନ୍ତି । ସ୍ୱତନ୍ତ୍ର ଏଡ଼ିଏମ ପଟ୍ଟୱାରୀ ସେମାବାର ପୂର୍ବାହ୍ନରେ ହିଞ୍ଜିଳିକାଟୁ ପୌର ପରିଷଦ କାର୍ୟ୍ୟାଳୟରେ ପହଞ୍ଚିବା ପରେ ପୌର କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରି ସ୍ଥାନୀୟ ପୌରାଂଚଳରେ କରୋନାର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ । ପରେ ସ୍ଥାନୀୟ ହୋଲସେଲ ପରିବା ବଜାର ସଭାପତି, ସମ୍ପାଦକ ଓ କର୍ମକର୍ତାଙ୍କ ସହ ସାମାଜିକ ଦୂରତା ରକ୍ଷା କରି ପ୍ରଶାସନର ସମସ୍ତ କରୋନା କଟକଣାକୁ ମାନି ବ୍ୟବସାୟ କରିବା ପାଇଁ ପରାମର୍ଶ ଦେଇଥିଲେ । ପୌରାଂଚଳର ୧୩ନଂ ୱାର୍ଡର ହୋମ କ୍ୱରେଂଟାଇନରେ ଥିବା ୫ ଜଣ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ସାକ୍ଷାତ କରିବା ସହ କିଟ୍ ପ୍ରଦାନ କରିଥିଲେ । ସେହିପରି ହିଞ୍ଜିଳି ଆଇସୋଲେସନ ସେଂଟରକୁ ଯାଇ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ଓ ଖାଦ୍ୟ ପାନୀୟ ବିଷୟରେ ପଚାରି ବୁଝିଥିଲେ । ସ୍ୱତନ୍ତ୍ର ଏଡ଼ିଏମ ପଟ୍ଟୱାରୀଙ୍କ ଗ୍ରସ୍ତ ସମୟରେ ତହସିଲଦାର ଗୋପିନାଥ କୁଅଁର, ପୌର ପରିଷଦ କାର୍ୟ୍ୟ ନିର୍ବାହୀ ଅଧିକାରୀ ଜଗଦିଶ ଶଡ଼ଙ୍ଗୀ, ଆସିକା ଏସଡ଼ିପିଓ ସୂର୍ୟ୍ୟମଣି ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Related posts

ଆଜି ପ୍ରବଳ ବର୍ଷା ସମ୍ଭାବନା:,୨୦ ଜିଲ୍ଲାକୁ  ୟେଲୋ ଓ୍ଵାର୍ଣ୍ଣିଂ ଜାରି 

mahabharatanews

ସତ୍ୟବାଦୀରେ ପ୍ରବାସୀ ଫେରନ୍ତା ୬୧୫ଜଣ ସଂଘରୋଧ ଗୃହରେ ରହିଲେ

mahabharatanews

ଆସନ୍ତାକାଲିଠୁ ବଢିବ ବର୍ଷା,ଓ୍ଵାର୍ଣ୍ଣିଂ ଜାରି

mahabharatanews