Uncategorized

ଆସାମ ବନ୍ୟାରେ ୨୪ ଜିଲ୍ଲା ପ୍ରଭାବିତ, ୧୧୦ ମୃତ୍ୟୁ

ଗୌହାଟୀ: ଆସାମ ବନ୍ୟାରେ ୨୪ ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ୨୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ରାଜ୍ୟରେ ବନ୍ୟା ହେତୁ ୧୧୦ ଜଣ ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି।୨,୨୫୪ ଗ୍ରାମ ଜଳମଗ୍ନ ହୋଇଚି, ୧,୦୯,୬୬୦.୫୩ ହେକ୍ଟଟର ଚାଷ ଜମି ନଷ୍ଟ ହୋଇଯାଇଛି । ଧିମାଜୀ, ଲକ୍ଷ୍ମୀପୁର, ବିଶ୍ବନାଥ, ଦାରଙ୍ଗ, ବକ୍‌ସା, ନାଲବରି, ବରପେଟା, ଚିରାଙ୍ଗ, ବୋନଗଇଗାଓଁ, କୋକ୍‌ରାଝର, ଧୁବରି, ସାଉଥ୍‌ ସଲମରା, ଗୋଲ୍‌ପରା, କାମରୁପ, କାମରୁପ ମେଟ୍ରୋପଲିଟାନ୍‌, ମୋରିଗାଓଁ, ନାଗାଓଁ, ଗୋଲାଘାଟ, ଜୋର୍‌ହଟ, ମଜୁଲି, ଶିବସାଗର, ଦିବ୍ରୁଗଡ଼, ତିନ୍‌ସୁକିଆ ଏବଂ କଚର ଜିଲ୍ଲା ପ୍ରଭାବିତ ହୋଇଛି। ସୋମବାର ବ୍ରହ୍ପପୁତ୍ର ନଦୀର ଜଳ ସ୍ତର ବଢ଼ି ଦିବ୍ରୁଗଡ଼ର କେତେକ ଅଞ୍ଚଳରେ ବନ୍ୟା ସୃଷ୍ଟି ହୋଇଥିଲ।
ବନ୍ୟାରେ ସବୁଠାରୁ ବେଶି ପ୍ରଭାବିତ ହୋଇଛି ଗୋଲ୍‌ପରା। ଏହି ଅଞ୍ଚଳରୁ ୪.୫୯ ଲୋକ ପ୍ରଭାବିତ ହୋଇଥିବା ସୂଚନା ରହିଛି। ଦ୍ବିତୀୟ ପ୍ରଭାବିତ ଅଞ୍ଚଳ ହେଉଛି ବରପେଟା। ଏଠାରୁ ୩.୩୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ସେହିପରି ମୋରିଗାଓଁରେ ୩.୩୫ ଲକ୍ଷ ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଥିବା ସୂଚନା ରହିଛି। ସରକାର ବନ୍ୟା ପ୍ରପୀଡ଼ିତମାନଙ୍କୁ ସାହାଯ୍ୟ କରିବାକୁ ୨୭୬ଟି ରିଲିଫ୍‌ ଶିବିର ସହ ୧୯୨ଟି ରିଲିଫ୍‌ ବିତରଣ କେନ୍ଦ୍ର ସ୍ଥାପନ କରିଥିଲେ। କାଜିରଙ୍ଗା ଜାତୀୟ ଉଦ୍ୟାନରୁ ବନ୍ୟା ହେତୁ ୧୧୩ ପ୍ରାଣୀଙ୍କ ଜୀବନ ଯାଇଛି। ୧୪୦ ପ୍ରାଣୀଙ୍କୁ ଉଦ୍ୟାନରୁ ଉଦ୍ଧାର କରାଯାଇଛି ବୋଲି ସୂଚନା ରହିଛି।

Related posts

ପାଲଘର ରାସାୟନ କାରଖାନା ବିସ୍ଫୋରଣ

mahabharatanews

ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ବିମାନର ଇଞ୍ଜିନରେ ନିଆଁ ଲାଗିବାର ଦୃଶ୍ୟ

mahabharatanews

ଉଦ୍ଧବଙ୍କ ଅଯୋଧ୍ୟା ଗସ୍ତ କାଳରେ ମହନ୍ତ ନଜରବନ୍ଦ

mahabharatanews