ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ମହାମାରୀ କରୋନା ଅଣାୟତ ହୋଇଥିବା ବେଳେ ଜିଲ୍ଲାରେ ନୂତନ ରଣକୌଶଳ ପ୍ରସ୍ତୁତି କରାଯାଇଛି । ଜିଲ୍ଲାରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ଏହାର ଶୁଭାରମ୍ଭ କରିଛନ୍ତି । ବ୍ରହ୍ମପୁର ବଡ ମେଡିକାଲରେ ଆଜି ପ୍ଲାଜମା ଥେରାପିର ଶୁଭାରମ୍ଭ କରାଯାଇଛି ।
ଆଜିଠାରୁ କୋଭିଡ୍ ଟାଟା ହସ୍ପିଟାଲରେ କୋଭିଡ ଚିକିତ୍ସା ଆରମ୍ଭ ହୋଇଥିବା ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ ଅଙ୍କୁଶ ଲଗାଇବାରେ ପ୍ଲାଜମା ଥେରାପି ସହୟକ ହେବ। ସୁସ୍ଥ ହୋଇଥିବା ୪୦୦ କୋଭିଡ୍ ରୋଗୀ ସ୍ବଇଚ୍ଛାରେ ପ୍ଲାଜମା ଦେବାକୁ ଇଚ୍ଛା ପ୍ରକାଶ କରିଥିବା ଜିଲ୍ଲାପାଳ କହିଛନ୍ତି । ଆଜି ଗଞ୍ଜାମ ଜିଲ୍ଲାରେ ପୁଣି ୨୨୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।
ଗଞ୍ଜାମ ଜିଲ୍ଲା ସହ ଆଖପାଖ ଜିଲ୍ଲାର ଅନେକ ଗୁରୁତର ରୋଗୀଙ୍କ ପାଇଁ ଏହା ବେଶ୍ ସହାୟକ ହୋଇପାରିବ ବୋଲି ବିଭାଗୀୟ ଡାକ୍ତର କହିଛନ୍ତି । ଏସଓପି ଅନୁସାରେ ଚିକିତ୍ସାର ବ୍ୟବସ୍ଥା କରାଯାଇଛି । ଆଜିଠାରୁ କୋଭିଡ୍ ଟାଟା ହସ୍ପିଟାଲ୍ ରେ ଏହା କାର୍ୟ୍ୟକାରୀ ହୋଇଥିବା ଡାକ୍ତର କହିଛନ୍ତି । ପ୍ଲାଜମା ଥେରାପିର ବ୍ୟବହାର ପରେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା କମିବା ଆଶା କରାଯାଉଛି ।
previous post
next post
