Uncategorized

୨୪ ଘଣ୍ଟା: ଦେଶରେ ସର୍ବାଧିକ ୪୫୭୨୦ ନୂଆ କରୋନା ଚିହ୍ନଟ, ୧୧୨୯ ମୃତ୍ୟୁ

ନୂଆଦିଲ୍ଲୀ/ଶିଳାସ୍ମିତା ରାୟ: ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଅନୁଯାୟୀ ୨୪ଘଣ୍ଟାରେ ୪୫,୭୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ୧,୧୨୯ଜଣ ପ୍ରାଣ ହରାଇଛନ୍ତି। ସମଗ୍ର ଦେଶରେ ସମୁଦାୟ ୧୨,୩,୬୩୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେମୃତ୍ୟୁ ସଂଖ୍ୟା ୨୯,୮୬୧ରେ ପହଞ୍ଚିଛି, ୭୮୨୬୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୬,୧୬୭ ହୋଇଛି।
ଆଜି ମଧ୍ୟ ମହାରାଷ୍ଟ୍ର ଆକ୍ରାନ୍ତ ଚିହ୍ନଟ ଓ ମୃତ୍ୟୁ ସଂଖ୍ୟାରେ ଆଗରେ ରହିଛି । ମହାରାଷ୍ଟ୍ରରେ ୧୨୫୫୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୩୭୧୯ଜଣ, ତାମିଲନାଡୁରେ ୩୧୪୪ଜଣ, ଗୁଜରାଟରେ ୨୨୨୪ଜଣ, କର୍ଣ୍ଣାଟକରେ ୧୫୧୯ଜଣ, ଉତ୍ତରପ୍ରଦେଶରେ ୧୨୬୩ଜଣ, ପଶ୍ଚମବଙ୍ଗରେ ୧୨୨୧ଜଣ ମୃତ୍ୟୁ ହୋଇହୋଇ ୪ ଅଙ୍କରେ ରହିଛି । ସେହିପରି ଆନ୍ଧ୍ରପ୍ରଦେଶରେ ୮୧୩ ଜଣ, ରାଜସ୍ଥାନରେ ୫୮୩ଜଣ, ତେଲେଙ୍ଗାନାରେ ୪୩୮ଜଣ, ଆସାମରେ ୬୪ଜଣ, ବିହାରରେ ୨୧୭ ଜଣ , ଚଣ୍ଡିଗଡ଼ରେ ୧୩ଜଣ, ଛତିଶଗଡ଼ରେ ୨୯ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଗୋଆରେ ୨୮ଜଣ, ହରିୟାଣାରେ ୩୭୨ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୨୭୩ ଜଣ , ଝାଡ଼ଖଣ୍ଡରେ ୬୪ ଜଣ, , କେରଳରେ ୪୫ଜଣ, ଲଦାଖରେ ୨ ଜଣ, ମଧ୍ୟପ୍ରଦେଶରେ ୭୭୦ଜଣ, ମେଘାଳୟରେ ୪ ଜଣ, ଓଡ଼ିଶାରେ ୧୦୮ଜଣ, ପୁଦ୍ଦୁଚେରୀରେ ୩୧ ଜଣ, ପଞ୍ଜାବରେ ୨୬୯ ଜଣ, ତ୍ରିପୁରାରେ ୯ଜଣ, ଉତ୍ତରାଖଣ୍ଡରେ ୫୭ଜଣ, ଅରୁଣାଚଳ ପ୍ରଦେଶରେ ୩ ମୃତ୍ୟୁ ହୋଇଛି ।

Related posts

ଏସିଡ୍ ବିକ୍ରି ଉପରେ ମଧ୍ୟପ୍ରଦେଶ ସରକାର ଲଗାଇବେ କଟକଣା

mahabharatanews

ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଗରମ ମସଲା

mahabharatanews

ଦିନକରେ ୨୦ ହଜାର ଟପିଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews