ଓଡିଶା

ଆଜି ୨୭ ଜିଲ୍ଲାରୁ ୧୨୬୪ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ବର/ଶିଳାସ୍ମିତା ରାୟ: ଆଜି ରାଜ୍ୟରେ ପୁଣି ୪ ଅଙ୍କ ଛୁଇଁଛି ନୂଆ କରୋନା ପଜିଟିଭଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ୨୭ଟି ଜିଲ୍ଲାରୁ ୧୨୬୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୦୯୯ରେ ପହଞ୍ଚିଛି । ଏମାନଙ୍କ ଭିତରୁ ୮୪୭ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୪୧୭ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୫୪୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା ୧୩୭ ନମ୍ବରରହିଛି । ଏବେ ରାଜ୍ୟରେ ମୋଟ୍ ୨୧,୦୯୯ ସଂଂକ୍ରମିତଙ୍କ ମଧ୍ୟରୁ ୧୩,୭୪୯ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୨୦୫ ରହିଛି।

Related posts

କଲେଜ ନ ଯାଇ ଦରମା ନେବା ଦୁର୍ନୀତି କି?

mahabharatanews

ଗଛରେ ପିଟିହେଲା ସ୍କର୍ପିଓ, ଜଣେ ମୃତ ୨ ଗୁରୁତର

mahabharatanews

ଷ୍ଟାଣ୍ଡିଂ ଶିକ୍ଷା କମିଟିର ମଧ୍ୟାହ୍ନ ଭୋଜନ ତଦାରଖ

mahabharatanews