ଓଡିଶା

ଅସହାୟ ବ୍ୟକ୍ତିଙ୍କୁ ଉଦ୍ଧାର, ନୀଳାଦ୍ରୀ ନୀଳୟରେ ଥଇଥାନ

(ଜୟନ୍ତ କୁମାର ସେଠୀ/ପୁରୀ): ପୁରୀ ସହରରୁ ଜଣେ ଅସହାୟ ବ୍ୟକ୍ତିଙ୍କୁ ଜିଲ୍ଲାର ସ୍ୱେଚ୍ଛାସେବୀ ସଂଗଠନ ନୀଳାଦ୍ରୀ ନିଳୟର ସଦସ୍ୟମାନେ ଉଦ୍ଧାର କରିଛନ୍ତି । ଅସହାୟ ବ୍ୟକ୍ତିଙ୍କ ନାଁ ପୁରନ ବାର୍ଲା ତାଙ୍କ ଘର ସୁନ୍ଦରଗଡର ଖୁଟଗାଁ ବୋଲି ଜଣାପଡିଛି। ଘରେ ପୁଅ ଓ ତିନି ଝିଅ । ଲକଡାଉନ ସମୟରେ ୧୫ ଦିନ ପାଦରେ ଚାଲି ଚାଲି ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ । ଖାଇବା, ପିଇବା ଓ ରହିବା ପାଇଁ ପାଖରେ ସମ୍ବଳ ନଥିବାରୁ ମାଗି ଯାଚି ୧୫ ଦିନ ହେବ ପୁରୀରେ ରହୁଥିଲେ । ଆଜି ଡିଆଇଜି କଲୋନୀ ପରିସରରେ ବୁଲୁଥିବା ବେଳେ ନିଳାଦ୍ରୀ ନିଳୟ ସଂଗଠନର ସଦସ୍ୟମାନଙ୍କ ନଜର ତାଙ୍କ ଉପରେ ପଡିଥିଲା । ତାଙ୍କୁ ଉଦ୍ଧାର କରି ଡାକ୍ତରୀ ପରୀକ୍ଷା ପରେ ଚନ୍ଦନପୁରସ୍ଥିତ ନିଳାଦ୍ରୀ ନୀଳୟରେ ଥଇଥାନ କରାଯାଇଛି । ତାଙ୍କୁ ନୂଆ ବସ୍ତ୍ର ପ୍ରଦାନ କରାଯିବା ସହ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ପ୍ରଶାସନ ପକ୍ଷରୁ ତାଙ୍କ ପରିବାରକୁ ଯୋଗାଯୋଗ କରାଯାଇଛି ।

Related posts

ପୋଲ ତଳକୁ ଖସିଲା ବସ୍, ୪୦ ଯାତ୍ରୀ ଗୁରୁତର

mahabharatanews

ରାଜ୍ୟରେ କରୋନା ସଂକ୍ରମଣ ହଜାରେ ତଳେ ରହିଛି ,ଗତ ୨୪ ଘଣ୍ଟା ମଧ୍ୟରେ ୬୬୨ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଟାୱାରରୁ ଖସି ଶ୍ରମିକ ଗୁରୁତର

mahabharatanews