ଓଡିଶା

ଭାରତ ବିକାଶ ପରିଷଦ ପକ୍ଷରୁ ହୋମିଓପାଥୀ ଔଷଧ ବଣ୍ଟନ

(ଜୟନ୍ତ କୁମାର ସେଠୀ/ସତ୍ୟବାଦୀ): ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ତରଫରୁ ହୋମିଓପାଥି ଔଷଧ ବିତରଣ କରାଯାଇଛି । ଏହି ଔଷଧ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଡାଇଥାଏ । ଏନେଇ କେନ୍ଦ୍ର ସରକାରଙ୍କ ଆୟୁଷ ବିଭାଗ ପ୍ରତ୍ୟେକ ରାଜ୍ୟକୁ ଏହି ଔଷଧ ସମ୍ପର୍କରେ ଚିଠି ଲେଖି ଜଣାଇଥିବା ଅନୁଷ୍ଠାନର ସଭାପତି ସତ୍ୟବାଦୀ ଦାଶ କହିଛନ୍ତି । ଅନୁଷ୍ଠାନ ପକ୍ଷରୁ ସେବା ମନୋବୃତ୍ତି ନେଇ ସତ୍ୟବାଦୀ ବ୍ଳକରେ ଏହି ଔଷଧ ବିତରଣ ଆରମ୍ଭ କରାଯାଇଛିି । ଏହି ଅବସରରେ ବ୍ଳକ ଅନ୍ତର୍ଗତ ବାସୁକେରା ଗାଁର ପ୍ରାୟ ୮୦ ପରିବାରଙ୍କୁ ଏହି ଔଷଧ ବଣ୍ଟନ କରାଯାଇଛିି । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଅର୍ଥ ସଚିବ ନବଘନ ଶତପଥୀ, ଅଭିଜିତ ସେନାପତି, ବିଷ୍ଣୁ ମହାରଣା, ପରେଶ କୁମାର ମହାନ୍ତି ପ୍ରମୁଖ ଔଷଧ ବିତରଣରେ ସହଯୋଗ କରିଥିଲେ ।

Related posts

ଶିମିଳିପାଳରେ ହେବ ହେଲିପ୍ୟାଡ଼ : ପରିବହନ ମନ୍ତ୍ରୀ

mahabharatanews

ଆଜି ସୁସ୍ଥ ହେଲେ ଆଉ ୭୨ କରୋନା ସଂକ୍ରମିତ

mahabharatanews

ବୋର୍ଡ ପରୀକ୍ଷା ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ପତ୍ର

mahabharatanews