ଓଡିଶା

ଗୁଞ୍ଜ ଅନୁଷ୍ଠାନ ପକ୍ଷରୁ ହଲିକ୍ସ ଓ ମାସ୍କ ବଣ୍ଟନ

(ଜୟନ୍ତ କୁମାର ସେଠୀ/ବ୍ରହ୍ମଗିରି): ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଳକର ୧୪୭୫ ଜଣ ପରିବାରକୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଞ୍ଜ ପକ୍ଷରୁ ହର୍ଲିକ୍ସ ଓ ମାସ୍କ ବଣ୍ଟନ କରାଯାଇଛି । ପ୍ରତି ପରିବାର ପିଛା ୫୦୦ ଗ୍ରାମ ହଲିକ୍ସ ଓ ୪ଟି ଲେଖାଏ ମାସ୍କ ବଣ୍ଟା ଯାଇଛି । ଗୁଞ୍ଜ ଅନୁଷ୍ଠାନର ପ୍ରତିଷ୍ଠାତା ଅଂଶୁ ଗୁପ୍ତାଙ୍କ ତତ୍ୱାବଧାନରେ ଅନୁଷ୍ଠାନର କର୍ମଚାରୀ ବିଭୁପ୍ରସାଦ ଦଳେଇ, ରଘୁନାଥ ଦଳାଇ, ସନ୍ତୋଷ ଦଳାଇ, ଯସସ୍ୱିନୀ ଜଗଦେବ, ସଂଯୁକ୍ତା ଜେନାଙ୍କ ସମେତ ସ୍ଥାନୀୟ ସରପଞ୍ଚ ଓ ଗାଁ ମୁରବିମାନେ ଏହି ବଣ୍ଟନ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବ୍ରହ୍ମଗିରି ବ୍ଳକର ରାୟଗତ ଓ କଉଗାଡିଆ, କୁସୁପୁର, ପାଞ୍ଚଗୋଛିୟା, ଦାମଦରପୁର, ଆପିଥି, ପଲଙ୍କ, ଶିରିଆପୁର, ଖିଲାପୁର, ନିୟାଜପୁର, କାଠୁଆରେଡି ଆଦି ଗାଁର ପରିବାର ମାନଙ୍କୁ ହର୍ଲିକ୍ସ ଓ ମାସ୍କ ବଣ୍ଟନ କରାଯାଇଥିଲା।

Related posts

 ମହାଷ୍ଟମୀ ତିଥିରେ ମା’ଙ୍କୁ ଦେଶୀ ମାଛ ଭୋଗ

mahabharatanews

ଲୋକ ମହୋତ୍ସବ ତୃତୀୟ ଦିନରେ  ଦୁଲିକିଲା ମଣ୍ଡେଇ ମଞ୍ଚ

mahabharatanews

ବର୍ଷରେ ନିମ୍ନ ମାନର ଛତୁଆ ଦେଇ ୧୫ ଜିଲ୍ଲାର ୩୮ SHG ହୋଇଛନ୍ତି କଳା ତାଲିକା ଭୁକ୍ତ

mahabharatanews