ଓଡିଶା

ଗୁଞ୍ଜ ଅନୁଷ୍ଠାନ ପକ୍ଷରୁ ହଲିକ୍ସ ଓ ମାସ୍କ ବଣ୍ଟନ

(ଜୟନ୍ତ କୁମାର ସେଠୀ/ବ୍ରହ୍ମଗିରି): ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଳକର ୧୪୭୫ ଜଣ ପରିବାରକୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଞ୍ଜ ପକ୍ଷରୁ ହର୍ଲିକ୍ସ ଓ ମାସ୍କ ବଣ୍ଟନ କରାଯାଇଛି । ପ୍ରତି ପରିବାର ପିଛା ୫୦୦ ଗ୍ରାମ ହଲିକ୍ସ ଓ ୪ଟି ଲେଖାଏ ମାସ୍କ ବଣ୍ଟା ଯାଇଛି । ଗୁଞ୍ଜ ଅନୁଷ୍ଠାନର ପ୍ରତିଷ୍ଠାତା ଅଂଶୁ ଗୁପ୍ତାଙ୍କ ତତ୍ୱାବଧାନରେ ଅନୁଷ୍ଠାନର କର୍ମଚାରୀ ବିଭୁପ୍ରସାଦ ଦଳେଇ, ରଘୁନାଥ ଦଳାଇ, ସନ୍ତୋଷ ଦଳାଇ, ଯସସ୍ୱିନୀ ଜଗଦେବ, ସଂଯୁକ୍ତା ଜେନାଙ୍କ ସମେତ ସ୍ଥାନୀୟ ସରପଞ୍ଚ ଓ ଗାଁ ମୁରବିମାନେ ଏହି ବଣ୍ଟନ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବ୍ରହ୍ମଗିରି ବ୍ଳକର ରାୟଗତ ଓ କଉଗାଡିଆ, କୁସୁପୁର, ପାଞ୍ଚଗୋଛିୟା, ଦାମଦରପୁର, ଆପିଥି, ପଲଙ୍କ, ଶିରିଆପୁର, ଖିଲାପୁର, ନିୟାଜପୁର, କାଠୁଆରେଡି ଆଦି ଗାଁର ପରିବାର ମାନଙ୍କୁ ହର୍ଲିକ୍ସ ଓ ମାସ୍କ ବଣ୍ଟନ କରାଯାଇଥିଲା।

Related posts

ସ୍କୁଲରେ କୋରୋନା ଭୟ

mahabharatanews

ମତ୍ସ୍ୟଚାଷ କ୍ଷେତ୍ରରେ ଓଡିଶା ହାତେଇଲା ୨ ଜାତୀୟ ପୁରସ୍କାର

mahabharatanews

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ;’ତୀର୍ଥସ୍ଥଳୀକୁ ପର୍ଯ୍ୟଟନସ୍ଥଳୀ କଲେ ହୋଟେଲବାଲା ଖୁସି ହେବେ’

mahabharatanews