ଓଡିଶା

ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬୯କୁ ବୃଦ୍ଧି

ଭୁବନେଶ୍ୱର/ଶିଳାସ୍ମିତା ରାୟ: ରାଜ୍ୟରେ ଆଜି ୧୨୦୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣଙ୍କ ମୃତ୍ୟୁ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ମୃତ୍ୟୁ ସଂଖ୍ୟାକୁ ମିଶାଇବା ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୬୯କୁ ବୃଦ୍ଧି ପାଇଛି । ଆଜି ଗଞ୍ଜାମରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨, ରାୟଗଡାରୁ ୧, ସୁନ୍ଦରଗଡରୁ ୧, ନୟାଗଡରୁ ୧ ଓ ସମ୍ବଲପୁରରୁ ଜଣଙ୍କ ମୃତ୍ୟୁ ହୋଇଛି ।
ଆଜିର ସଂଖ୍ୟାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୯୦ରେ ପହଞ୍ଚିଛି । ସେହିପରି ଖୋର୍ଦ୍ଧାରେ ଏପର୍ଯ୍ୟନ୍ତ ୨୧ ଜଣଙ୍କ ମୃତ୍ୟୁ ହୋଇଛି, ରାୟଗଡାରେ ୭, ସୁନ୍ଦରଗଡରେ ୭, ନୟାଗଡରେ ୨ ଓ ସମ୍ବଲପୁରରେ ଜଣଙ୍କ ମୃତ୍ୟୁ ହୋଇଛି । ସମ୍ବଲପୁରରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ବୟସ ୬୭ର ପୁରୁଷ ହାଇପର ଟେନସନରେ ପୀଡିତ ଥିଲେ । ସେହିପରି ଭୁବନେଶ୍ୱରରୁ ୬୦ ବର୍ଷୀୟା ମହିଳା, ଡାଇବେଟିସରେ ପୀଡିତ ଥିଲେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ସାଂଘାତିକ କିଡନୀ ରୋଗ ଓ ଡାଇବେଟିସରେ ପୀଡିତ ୬୦ ବର୍ଷ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମର ଜଣେ ୪୫ ବର୍ଷୀୟ ପୁରୁଷ, ୪୭ ବର୍ଷୀୟ ପୁରୁଷ, ୩୩ ବର୍ଷୀୟ ପୁରୁଷ, ୬୫ ବର୍ଷୀୟ ପୁରୁଷ ଡାଇବେଟିସ, ହାଇପର ଟେନସନରେ ପୀଡିତ ଥିବା ବେଳେ ମୃତ୍ୟୁ ଘଟିଛି । ନୟାଗଡରୁ ୬୫ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି, ସେ କିଡନୀ ରୋଗରେ ପୀଡିତ ଥିଲେ । ସୁନ୍ଦରଗଡରୁ ୭୧ ବର୍ଷୀୟ ବୃଦ୍ଧ ଡାଇବେଟିସରେ ପୀଡିତ ଥିବା ବେଳେ କରୋନାରେ ମୃତ୍ୟୁ ହୋଇଛି । ରାୟଗଡାର ୫୦ ବର୍ଷୀୟ ପୁରୁଷ କିଡନୀ ଓ ଅନ୍ୟ ରୋଗରେ ପୀଡିତ ଥିବା ବେଳେ କରୋନାରେ ମୃତ୍ୟୁ ହୋଇଛି ।

Related posts

ଆସନ୍ତୁ ଜାଣିବା ଦୀପାବଳି ସୂର୍ଯ୍ୟପରାଗ ଦିନ କଣ କରିବେ

mahabharatanews

ଚନ୍ଦ୍ରଭାଗା ମାଘବୁଡ ପାଇଁ ପ୍ରସ୍ତୁତି ବୈଠକ

mahabharatanews

ନଦୀରୁ ବସ୍ତାରେ ବନ୍ଧା ୨ ମୃତଦେହ ଉଦ୍ଧାର

mahabharatanews