ଓଡିଶା

ଅନୁଗୁଳ ସରକାରୀ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ନେଇ ବୈଠକ

(କଣିହାଁ/ଜ୍ୟୋତିରଂଜନ ଧର): ଅନୁଗୁଳ ସରକାରୀ କଲେଜକୁ ବିଶ୍ଵବିଦ୍ୟାଳୟରେ ପରିଣତ କରିବା ପାଇଁ ଅନୁଗୋଳ ଶିକ୍ଷା ବିକାଶ ମଞ୍ଚ ପକ୍ଷରୁ ବୁଧବାର ପ୍ରୟାସ କରାଯାଇଛି । ଶିକ୍ଷା ବିକାଶ ମଞ୍ଚ ପକ୍ଷରୁ ଆଜି ଜନ ପ୍ରତିନିଧିମାନଙ୍କ ସହଯୋଗ ଲୋଡାଯାଇଛି। ଏନେଇ ଆଜି ପୂର୍ବାହ୍ନରେ ଅନୁଗୁଳ ଶିକ୍ଷା ବିକାଶ ମଞ୍ଚର ଏକ ପ୍ରତିନିଧି ଦଳ ଅନୁଗୁଳ ସର୍କିଟ ହାଉସରେ ରାଜ୍ୟ ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଳଲହଡ଼ା ବିଧାୟକ ମୁକେଶ କୁମାର ପାଳଙ୍କୁ ସାକ୍ଷାତ କରିଥିଲେ। ୧୯୫୭ ମସିହାରେ ଅନୁଗୁଳ ସରକାରୀ କଲେଜ ସହିତ ରାଜ୍ୟର ୫ଟି ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ତେବେ ଉକ୍ତ ସରକାରୀ ମହାବିଦ୍ୟାଳୟ ପରେ ଗଢି ଉଠି ଥିବା କଲେଜ ଗୁଡିକ ବିଶ୍ଵବିଦ୍ୟାଳୟର ମାନ୍ୟତା ପାଇଥିବା ବେଳେ ଏହି କଲେଜକୁ ଏଯାଏ ମାନ୍ୟତା ମିଳିନାହିଁ । ଏଣୁ ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଉଦ୍ୟମ କରିବାକୁ ଅନୁଗୁଳ ଶିକ୍ଷା ବିକାଶ ମଞ୍ଚର ପ୍ରତିନିଧି ଦଳ ବିଧାୟକମାନଙ୍କୁ ନିବେଦନ କରିଥିଲେ । ବିକାଶ ମଞ୍ଚର ମୁଖ୍ୟ ପରାମର୍ଶଦାତା ଶ୍ରୀକାନ୍ତ ମିଶ୍ର, ଉପଦେଷ୍ଟା ଜିଲ୍ଲା ବିଜେଡି ସଭାପତି ତଥା ବରିଷ୍ଠ ଆଇନଜୀବୀ ମହେନ୍ଦ୍ର ବସ୍ତିଆ, ଆବାହକ ପ୍ରଫେସର ଶାନ୍ତନୁ କୁମାର ସର, ସଂଯୋଜକ ଡ. ଧରଣୀଧର ନାଥ, ଯୁଗ୍ମ ସଂଯୋଜକ ରତ୍ନାକର ଭୋଇ, ଆଇନ ପରାମର୍ଶଦାତା ରଂଜନ ମିଶ୍ର, ଅନୁଗୁଳ ବିଧାନସଭା କ୍ଷେତ୍ର ଯୁବ ବିଜେଡି ସଭାପତି ଅଜିତ ପ୍ରସାଦ ଦ୍ୱିବେଦୀ ପ୍ରମୁଖ ସାମିଲ ଥିଲେ।

Related posts

୧୩  ଓଏଏସଙ୍କ ବଦଳି

mahabharatanews

 ଭୁବନେଶ୍ୱର  ଫେରିଲେ ବିଜୟ ମହାନ୍ତି

mahabharatanews

ଆଳୁ ଗୋଦାମ କର୍ମଚାରୀଙ୍କୁ ଆକ୍ରମଣ କରି ୯ ଲକ୍ଷ ଲୁଟ୍‌

mahabharatanews