ଓଡିଶା

କମିଶନରେଟ ପୁଲିସରେ ଫିଟନେସ୍‌ କୋର୍ସ ଆରମ୍ଭ

ଭୁବନେଶ୍ୱର/ସରୋଜ ରାଉତ: ଅଗଷ୍ଟ ପହିଲାରୁ ଆରମ୍ଭ ହୋଇଛି କମିଶନରେଟ ପୁଲିସରେ ଫିଟନେସ୍‌ କୋର୍ସ । ପୂର୍ବରୁ ପୁଲିସ କମିଶନର ଘୋଷଣା କରିଥିଲେ, ଫିଟନେସ ନ ଥିବା ପୁଲିସ କର୍ମଚାରୀ/ଅଧିକାରୀଙ୍କୁ ନିଲମ୍ବନ କରାଯାଇପାରେ । ତେଣୁ ଆଜିଠାରୁ କମିଶନରେଟ ପୁଲିସର ଫିଟନେସ କୋର୍ସ ଆରମ୍ଭ ହୋଇଛି । ଯେଉଁ କର୍ମଚାରୀ ଓ ଅଧିକାରୀମାନେ ରିଜର୍ଭରେ ଚାକିରି କରୁଛନ୍ତି, ସେମାନଙ୍କ ଫିଟ୍‌ କରାଇବା ଦାୟିତ୍ୱ ରିଜର୍ଭ ଇନ୍ସପେକ୍ଟର୍‌ଙ୍କୁ ଦିଆଯାଇଛି । ସେହିପରି ଥାନାରେ ଥିବା କର୍ମଚାରୀଙ୍କୁ ପ୍ରତ୍ୟହ ଘରେ ଦୁଇ ଘଂଟା ବ୍ୟାୟାମ କରିବାକୁ ନିର୍ଦ୍ଦେଶ ରହିଛି । ଅକ୍ଟୋବର ଶେଷ ସୁଦ୍ଧା ଡେଡ ଲାଇନ ଦିଆଯାଇଛି ଫିଟ ହେବାକୁ । ତେଣୁ ସବୁ କର୍ମଚାରୀ ନିଜକୁ ଫିଟ ରଖିବା ଲାଗି ଆପ୍ରାଣ ଚେଷ୍ଟା ଚଳାଇଛନ୍ତି ।
ବର୍ତ୍ତମାନ ପ୍ରଶ୍ନ ଉଠୁଛି ଥାନା/ଫାଣ୍ଡିରେ କାମ କରୁଥିବା କର୍ମଚାରୀମାନେ ନିଜକୁ ଫିଟନେସକୁ ନେଇ । ବିଶେଷଜ୍ଞଙ୍କ ଅନୁଯାୟୀ ଦିନକୁ ଦୁଇ ଘଣ୍ଟା ବ୍ୟାୟାମ କରିବାକୁ କୁହାଯାଉଛି ।
୩ ମାସ ଭିତରେ ଓଜନ କମାଇବାକୁ ହେଲେ, ଦିନକୁ ଦୁଇ ଘଂଟା ବ୍ୟାୟାମ କରିବାକୁ ପଡ଼ିବ । ବ୍ୟାୟାମ ସହ ଖାଇବା ପିଇବା ଓ ଶୋଇବାକୁ ନିୟମିତ କରିବାକୁ ପଡିବ । ତେବେ ଏକ ସାଙ୍ଗରେ ଦୁଇ ଘଂଟା ବ୍ୟାୟାମ କରି ନହେବ ସକାଳେ ଘଂଟାଏ ଓ ସନ୍ଧ୍ୟାରେ ଘଂଟାଏ କରିବାକୁ ହେବ । ଦୁଇ ଘଂଟା ବ୍ୟାୟାମ କରିବା ପୁଲିସ୍‌ କର୍ମଚାରାରୀ ୭ରୁ ୮ ଘଂଟା ଶୋଇବା ବାଧ୍ୟତାମୂଳକ । ବ୍ୟାୟାମ କରି ବିଶ୍ରାମ ନ ହେଲେ ବିଭିନ୍ନ ରୋଗ ଦେଖାଦେବ । ଖାଦ୍ୟ ଓ ପାଣି ସେହି ପରିମାଣରେ ଆବଶ୍ୟକ । ଓଜନ କମାଇବାକୁ ହେଲେ ଦିନକୁ ୮ରୁ ୧୦ ଲିଟର ପାଣି ପିଇବାକୁ ପଡ଼ିବ । ଦିନକୁ ଦୁଇ ଥର ଉସୁମ୍‌ ପାଣି ପିଇବା ସ୍ୱାସ୍ଥ୍ୟପକ୍ଷେ ବେଶ ଲାଭଦାୟକ ହୋଇଥାଏ । ସେହିପରି ଠିକ୍‌ ସମୟରେ ଖାଇବା ନିହାତି ଆବଶ୍ୟକ । ଗୋଟିଏ ଦିନ ମଧ୍ୟାହ୍ଣ ଭୋଜନ୍‌ ୧୨ଟା ବେଳେ ଆଉ ଗୋଟେ ଦିନେ ୩ ଟା ବେଳେ ଖାଇଲେ କେବବି ଓଜନ କମିବ ନାହିଁ । ଓଲଟା ଅଧିକ ପେଟ ବାହାରିବ । ପ୍ରଚୁର ମାତ୍ରରେ ତନ୍ତୁଜାତୀୟ ଖାଦ୍ୟ ଖାଇଲେ ଓଜନ ହ୍ରାସ୍‌ ହୁଏ । ରେଟ୍‌ ମିଟ୍‌, ମଇଦା ଓ ତେଲ ମସଲା ଖାଇ ଦିନକୁ ଦୁଇ ଘଣ୍ଟା ବ୍ୟାୟାମ କଲେ କିଛି ଲାଭ ହେବ ନାହିଁ । ସେହିପରି ମଦ୍ୟପାନକୁ ବନ୍ଦ କରିବାକୁ ପଡିବ । ଯଦି ନୀତିନିୟମରେ ରହିବ ବ୍ୟାୟାମ କରାଯିବ, ତେବେ ଫିଟ୍‌ନେସ ମଧ୍ୟ ଠିକ ରହିବ ।
ହେଲେ ପୁଲିସ ପାଇଁ ଏହା ସମ୍ଭବପର ନୁହେଁ । ଏଭଳି ନୀତିନିୟମରେ କେବଳ ଅଫିସରେ କାମ କରୁଥିବା ପୁଲିସ କର୍ମଚାରୀଙ୍କ ପାଇଁ ହିଁ ସମ୍ଭବ । ହେଲେ ଥାନା-ଫାଣ୍ଡିରେ କାମ କରୁଥିବା ପୁଲିସ କର୍ମଚାରୀଙ୍କ ପାଇଁ ଏହା ଅସମ୍ଭବ ବୋଲି କେତେକ ମତ ଦେଇଛନ୍ତି । ସେମାନଙ୍କ ମତରେ ନୀତିନିୟମ ମାନି ଫିଟ୍‌ ହେବାକୁ ହେଲେ ଚାକିରି ପ୍ରତି ବିପଦ ରହିଛି । କାରଣ ଥାନାରେ ଡ୍ୟୁଟି କରୁଥିବା ପୁଲିସ୍‌ ଅଫିସରମାନେ ୧୨ରୁ ୧୫ ଘଂଟା କାମ କରୁଛନ୍ତି । ଏମାନେ ଖାଇବାକୁ ମଧ୍ୟ ସମୟ ପାଆନ୍ତି ନାହିଁ । ଥାନାର ଅଧିକାଶଂ କର୍ମଚାରୀଙ୍କ ମଧ୍ୟାହ୍ଣ ଭୋଜନ୍‌ ସମୟ ୩ ଟା ପରେ କରିଥାନ୍ତି । ତା’ପୁଣି ଯାହା ଯେଉଁଠି ମିଳିଲା । ୧୫ ଘଂଟା ଥାନାରେ ଖଟିବା ପରେ ଫିଟନେସ ପାଇଁ ସମୟ ଦେବା ସମ୍ଭବ ନୁହେଁ । ଯଦି ଫିଟନେସ ପାଇଁ ସମୟ ଦେବେ ତେବେ ଡ୍ୟୁଟି ସମୟକୁ କମାଇବା ନିତାନ୍ତ ଜରୁରି । ତେବେ ପୁଲିସର ଦୈନଦିନ କାର୍ୟ୍ୟକୁ ଅନୁଧ୍ୟାନ କଲେ, ୩ମାସରେ ନିଜକୁ ଫିଟ କରିବା ସମ୍ଭବ ନୁହେଁ । ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ଫିଟନେସ୍‌ କୋର୍ସ ସେମାନଙ୍କ ପାଇଁ କେତେ ଫଳପ୍ରଦ ହେଉଛି, ତାହା ଅକ୍ଟୋବରରେ ଜଣାପଡିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ।

Related posts

ସିଆରପିଏଫ ଡିଜିପି ହେଲେ ଅମ୍ରିତ ମୋହନ ପ୍ରସା

mahabharatanews

ଏହି ୩ ଜିଲ୍ଲାକୁ ଗଡିବ ‘ଲକ୍ଷ୍ମୀ’ ବସ୍

mahabharatanews

ବାଇକ-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ଯୁବକ ମୃତ

mahabharatanews