ଅପରାଧ

କାଜୁ ପାର୍ସଲ ନାମରେ ଗଞ୍ଜେଇ ଚାଲାଣ: ୨ ଗିରଫ

ଭୁବନେଶ୍ୱର: କାଜୁ ପାର୍ସଲ ନାଁରେ ଗଂଜେଇ ଚାଲାଣ । ଏହି ଗଞ୍ଜେଇ ଚାଲାଣ ବେଳେ ଭୁବନେଶ୍ବର ଜିଆର୍‌ପି ଥାନା ପୁଲିସ୍‌ ଏକ ର୍ୟାକେଟକୁ ଧରିଛି । ଏହି ଗଞ୍ଜେଇ କାଜୁ ପାର୍ସଲ ନାମରେ ଦିଲ୍ଲୀକୁ ଚାଲାଣ ହେଉଥିଲା । ଜିଆରପି ପୁଲିସ ଦୁଇ ଏଜେଣ୍ଟଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୪ କ୍ବିଣ୍ଟାଲ ଗଂଜେଇ ଓ ଦୁଇଟି ମୋବାଇଲ ଫୋନ୍, ଏଟିଏମ୍ କାର୍ଡ ଜବତ ଜବତ କରିଛି। ଜବତ ଗଂଜେଇର ବଜାର ମୂଲ୍ୟ ୪୦ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ହେବ । ଗିରଫ ଦୁଇ ଜଣ ଗଂଜାମ ଜିଲ୍ଲା ପୋଲସରା ଅଞ୍ଚଳର ସାଗର ପ୍ରଧାନ ଓ ସନ୍ତୋଷ ସାହୁ। ଉଭୟ ଦୀର୍ଘ ବର୍ଷ ହେବ ଲକ୍ଷ୍ମୀସାଗର ଥାନା ଅଧୀନ ବୁଦ୍ଧେଶ୍ବରୀ କଲୋନୀରେ ରହୁଥିଲେ। ର୍ୟାକେଟର ମୁଖ୍ୟ ତଥା ମାଷ୍ଟରମାଇଣ୍ଡ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି। ପୁଲିସ୍‌ ତାକୁ ଧରିବା ପାଇଁ ଚଢାଉ ଜାରି ରଖିଛି ।
ଫେରାର୍‌ ଗଞ୍ଜେଇ ବେପାରୀ ତଥା ଘଟଣାର ମାଷ୍ଟରମାଇଣ୍ଡ ଘର ରାୟଗଡ଼ାରେ। ସେ ଗାଡ଼ିରେ ଗଞ୍ଜେଇ ଧରି ଗତକାଲି ଭୁବନେଶ୍ବରରେ ପହଞ୍ଚିଥିଲା। ବୁଦ୍ଧେଶ୍ବରୀ କଲୋନୀ ଯାଇ ସାଗର ଓ ସନ୍ତୋଷ ରହୁଥିବା ଘରେ ଗଞ୍ଜେଇ ଅନଲୋଡ୍ କରିଥିଲା। ସେଠାରୁ ଏସବୁକୁ ପୁରୁଷୋତ୍ତମ ଏକ୍ସପ୍ରେସ୍‌ରେ ଦିଲ୍ଲୀ ପଠାଇବାର ଯୋଜନା ହୋଇଥିଲା। ରାତିରେ ଦୁଇ ଏଜେଣ୍ଟ ଡାଲା ଅଟୋରେ ଗଞ୍ଜେଇ ଧରି ଷ୍ଟେସନ୍‌ ପାର୍ସଲ ଗେଟ୍ ନିକଟରେ ପହଞ୍ଚିଥିଲେ। ପେଟି ଭିତରେ ଛୋଟ ଛୋଟ ପୁଡ଼ିଆ ହୋଇ ରହିଥିବା ଗଞ୍ଜେଇକୁ ସେମାନେ କାଜୁ ବୋଲି କହିଥିଲେ। କାଜୁ ନାଁରେ ପାର୍ସଲ ମଧ୍ୟ କଟାଯାଇଥିଲା। କିନ୍ତୁ ସେଠାରେ ଥିବା କର୍ମଚାରୀଙ୍କର ସନ୍ଦେହ ହେବାରୁ ଜିଆରପି ଥାନାକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଯାଞ୍ଚ କରିବା ପରେ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା ।

Related posts

ଲୁଟେରା ଗ୍ୟାଙ୍ଗକୁ କାବୁ କଲା ପୋଲିସ

mahabharatanews

ଭବାନୀପାଟଣାର ପୂର୍ବତନ ବିଧାୟକଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

୬୦ ବର୍ଷର ବୃଦ୍ଧାଙ୍କୁ ଦୁଷ୍କର୍ମ

mahabharatanews