Uncategorized

ରାମ ମନ୍ଦିର ଭୂମିପୂଜନ ପାଇଁ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା: ଆଜି ହେଉଛି ରାମ ମନ୍ଦିର ଭୂମିପୂଜନର ଦିନ । ଭୂମି ପୂଜନ ପାଇଁ ପହଞ୍ଚି ସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଯୋଧ୍ୟାରେ ପହଞ୍ଚିବା ପରେ ମୋଦି ସର୍ବପ୍ରଥମେ ହନୁମାନଗଡ଼ି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। ସ୍ବତନ୍ତ୍ର ବିମାନରେ ପ୍ରଧାନମନ୍ତ୍ରୀ ସକାଳ ୯: ୩୦ରେ ଦିଲ୍ଲୀରୁ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିଥିଲେ। ଲକ୍ଷ୍ନୌରେ ଅବତରଣ କରିବା ପରେ ହେଲିକପ୍ଟର୍ ଯୋଗେ ଅଯୋଧ୍ୟାରେ ପହଞ୍ଚିଥିଲେ। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହେଲିପ୍ୟାଡ୍‌ରେ ତାଙ୍କୁ ସ୍ବାଗତ କରିଥିଲେ।
୧୦ମ ଶତାବ୍ଦୀରେ ନିର୍ମିତ ଅଯୋଧ୍ୟାର ଏହି ହନୁମାନଗଡ଼ି ମନ୍ଦିର କୁ ଆଜି ବିଶୋଧନ କରାଯାଇଥିଲା। ସେଠରେ ମୋଦି ପହଞ୍ଚିବା ପରେ ତାଙ୍କୁ ମୁକୁଟ ଉପହାର ପ୍ରଦାନ କରାଯାଇଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ରାମ ଜନ୍ମଭୂମି ମନ୍ଦିର ନିର୍ମାଣସ୍ଥଳକୁ ଯାଇ ପୂଜାଅର୍ଚ୍ଚନାରେ ସାମିଲ ହୋଇଛନ୍ତି । ପୂର୍ବରୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆତିଦ୍ୟନାଥ ଅଯୋଧ୍ୟାରେ ପହଞ୍ଚି ଆୟୋଜନ ତଦାରଖ କରିଥିଲେ। ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ, ଉମା ଭାରତୀ, ଯୋଗ ଗୁରୁ ରାମଦେବ, ରାଷ୍ଟ୍ରୀୟ ସ୍ବୟଂ ସେବକ ମୁଖ୍ୟ ମୋହନ ଭାଗବତ ମଧ୍ୟ ଉତ୍ସବସ୍ଥଳୀରେ ଉପସ୍ଥିତ ହୋଇଛନ୍ତି। ପୂଜାର୍ଚ୍ଚନା ପରେ ମନ୍ଦିର ନିର୍ମାଣ ପାଇଁ ରୌପ୍ୟ ଇଟାରେ ଭିତ୍ତିପ୍ରସ୍ତର ସ୍ଥାପନ ହେବ ।

Related posts

୬୦ ଆନ୍ଦୋଳନକାରୀ ଶିକ୍ଷାର୍ଥୀ ଅଟକ

mahabharatanews

ବେତନ ନ କାଟିବା ନିର୍ଦ୍ଦେଶରୁ ସରକାର ଓହରିଗଲେ

mahabharatanews

ଦେଶରେ ୨୪ ଘଣ୍ଟାରେ ୧୦୦ ଜଣଙ୍କ ମୃତ୍ୟୁ, ୩୯୬୭ ନୂଆ ସଂକ୍ରମିତ ଚିହ୍ନଟ

mahabharatanews