ଓଡିଶା

ମନ୍ଦିର ପରିସରରୁ ୯ ଫୁଟର ଅହିରାଜ ଉଦ୍ଧାର

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଚୈତନପୁର ଶାସନ ନନ୍ଦିକେଶ୍ୱର ମନ୍ଦିର ପରିସରରୁ ଏକ ୯ ଫୁଟର ଅହିରାଜ ସାପକୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଗତକାଲି ମନ୍ଦିର ପୂଜକ ସନ୍ଧ୍ୟା ଆଳତି ସାରି ଫେରୁଥିବା ସମୟରେ ହଠାତ ମନ୍ଦିର ହୁଣ୍ଡି ତଳେ ବିରାଟକାୟ ସାପଟିକୁ ଦେଖିଥିଲେ। ଏହାପରେ ଗାଁ ଲୋକଙ୍କୁ ଜଣାଇଥିଲେ । ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଓ ବନ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମନ୍ଦିର ପରିସରରୁ ୯ ଫୁଟର ଅହିରାଜକୁ ଉଦ୍ଧାର କରିଥିଲେ। ଉଦ୍ଧାର କାର୍ୟ୍ୟରେ ସାମନ୍ତିଆପଲ୍ଲୀ ଫରେଷ୍ଟର ରଜତ ମିଶ୍ରଙ୍କ ସହ ବ୍ରହ୍ମପୁର ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧୀନ କୁମାର ସାହୁ, ଶ୍ରୀକାନ୍ତ ନାହାକ, ତାରା ପ୍ରସାଦ ଦାସ, ସୁଶାନ୍ତ ମହାଙ୍କୁଡ଼ ଏବଂ ବନ ବିଭାଗର ବହୁ କର୍ମଚାରୀ ସାମିଲ ଥିଲେ। ଉଦ୍ଧାର ପରେ ଅହିରାଜକୁ ଜଙ୍ଗଲରେ ଛଡ଼ାଯାଇଛି।

Related posts

କଂଗ୍ରେସ ଭବନରୁ ଆସବାବପତ୍ର ଚୋରି

mahabharatanews

ଶିଳ୍ପାଞ୍ଚଳରୁ ହଟିଲା ଜବରଦଖଲ: 12 ରେ’ପରିବାର ଟ୍ରାଞ୍ଜିଟ ହାଉସକୁ ସ୍ଥାନାନ୍ତର

mahabharatanews

କେତେକ ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା 

mahabharatanews