ଓଡିଶା

ରାଉରକେଲା ଜେଲରୁ ଏକା ସାଙ୍ଗରେ ବାହାରିଲେ ୧୭ ପଜିଟିଭ

ରାଉରକେଲା: ରାଉରକେଲା ସ୍ବତନ୍ତ୍ର ଜେଲ୍‌ରେ କରୋନା ସଂକ୍ରମଣ ଚିନ୍ତାର କାରଣ ହୋଇଛି । ଏହି ଜେଲରୁ ୧୭ ଜଣ ଅନ୍ତେବାସୀ କରୋନା ସଂକ୍ରମିତ ହୋଇଛନ୍ତି । ଏହାପରେ ଜେଲ୍‌ ପକ୍ଷରୁ ବିଭିନ୍ନ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗୁରୁବାର ସନ୍ଧ୍ୟାରେ ଆଣ୍ଟିଜେନ୍ ଟେଷ୍ଟରେ ସୁନ୍ଦରଗଡ ଜିଲ୍ଲାରେ ସମୁଦାୟ ୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ବତନ୍ତ୍ର ଜେଲ୍‌ର ୧୭ ଜଣ ଅନ୍ତେବାସୀ ଚିହ୍ନଟ ହୋଇଥିଲେ । ୧୭ ଜଣ ଚିହ୍ନଟ ହେବା ପରେ ସଂକ୍ରମିତଙ୍କୁ ରାଉରକେଲା କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯାଉଛି । ଜେଲ୍‌ର ବିଭିନ୍ନ ୱାର୍ଡର ବିଶୋଧନ କରାଯାଉଛି । ଏ ବାବଦରେ ସୁନ୍ଦରଗଡ ଜିଲ୍ଲାପାଳ ତଥା ସ୍ବତନ୍ତ୍ର ଜେଲ୍‌ର ଜେଲର ଟ୍ବିଟର ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।

Related posts

ଟ୍ରେନ ଧକ୍କାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

mahabharatanews

ଶିମିଳିପାଳରେ କଳା ପ୍ରଜାତିର ମହାବଳ ବାଘ !

mahabharatanews

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଉଛି ; ୬୫୨ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews