ଓଡିଶା

ଜିଲ୍ଲା ପ୍ରଶାସନର ନୋଟିସକୁ ବିରୋଧ, ତହସିଲ ଅଫିସ ଘେରିଲେ ବ୍ୟବସାୟୀ

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ମହାମାରୀ କୋରୋନା ଯୋଗୁଁ ଦୀର୍ଘ ୫ମାସ ଧରି ବ୍ୟବସାୟ ଠପ୍ ହୋଇଯାଇଛି । ତେବେ ସୋମବାର ଠାରୁ ଶୁକ୍ରବାର ପର୍ୟ୍ୟନ୍ତ ଦୋକାନ ଗୁଡିକ ଖୋଲିବା ନେଇ ମାଲକାନଗିରି ପ୍ରଶାସନ ନୋଟିସ ଜାରି କରିଛି। ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ବ୍ୟବସାୟୀ । ଜିଲ୍ଲା ପ୍ରଶାସନର ନୂଆ ନିୟମ ଅନୁଯାୟୀ ଗୋଟିଏ ଦୋକାନ ସପ୍ତାହକୁ ମାତ୍ର ୨ଦିନ ଖୋଲି ପାରିବ । ଯାହାକୁ ନେଇ ବ୍ୟବସାୟୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଫଳରେ ମାଲକାନଗିରିର ବ୍ୟବସାୟୀମାନେ କ୍ଷୁବ୍ଧ ହୋଇ ତହସିଲଦାରଙ୍କ କାର୍ୟ୍ୟାଳୟ ଘେରାଉ କରିଛନ୍ତି । ଅର୍ଥ ଅଭାବରୁ ସେମାନଙ୍କୁ ଠିକ୍ ଭାବେ ଦୁଇ ମୁଠା ଖାଇବାକୁ ମିଳୁନଥିବା ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନର ଏହି ନୋଟିସକୁ ବିରୋଧ କରି ବ୍ୟବସାୟୀମାନେ ତହସିଲ ଅଫିସ ଘେରାଉ କରିଛନ୍ତି । ତେବେ ଆଗରୁ ଦୋକାନ ଆଦୌ ଖୋଲା ହେଉନଥିଲା ବେଳେ ଆଜିଠୁ ସପ୍ତାହକୁ ମାତ୍ର ୨ଦିନ ଦୋକାନ ଖୋଲିଲେ ପରିବାର କିପରି ପୋଷିବେ ବୋଲି ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାସହ ଦୋକାନ ଭଡା, ଇଲେକ୍ଟ୍ରି ବିଲ୍, କାର୍ୟ୍ୟରତ କର୍ମଚାରୀଙ୍କ ଦରମା କିପରି ଦେବେ ବୋଲି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଜିଲ୍ଲା ପ୍ରଶାସନ ଅନୁମତି ନଦେଲେ ଦୋକାନି ମାନେ ଜୋର ଜବରଦସ୍ତ ଦୋକାନ ଖୋଲିବେ ବୋଲି ତହସିଲଦାରଙ୍କୁ ଧମକ ଦେଇଛନ୍ତି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଛି ।

Related posts

ପ୍ରେମିକାଠୁ ମନଭରିବା ପରେ ଥାନାର ଦ୍ୱାରସ୍ଥ ବିଧାୟକ!

mahabharatanews

ହିଜବୁଲ କମାଣ୍ଡର ରିଆଜ ସୁରକ୍ଷାବଳ ଗୁଳିରେ ନିହତ

mahabharatanews

ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସର ସମ୍ବର୍ଧନା ସଭା ଅନୁଷ୍ଠିତ

mahabharatanews