ଓଡିଶା

ମଣିଷ ପାଇଁ ଉଜୁଡି ଯାଉଛି ନୀରିହ ପକ୍ଷୀଙ୍କ ସଂସାର

(ତାରାକାନ୍ତ ନାୟକ/ସାଲେପୁର): ମଣିଷ ତାର ସ୍ୱାର୍ଥ ପୂରଣ ପାଇଁ ଗଛ କାଟି ସୁଉଚ୍ଚ ଅଟାଳିକାମାନ ନିର୍ମାଣ କରୁଛି । ଏହା ଭିତରେ ସେ ଭୁଲି ଯାଉଛି ଗଛରେ ବସା କରି ନିଜ ସଂସାର ଗଢୁଥିବା ନୀରିହ ପକ୍ଷୀମାନଙ୍କ କଥା । ଏହାର ଏକ ଉଦାହରଣ ଏବେ ସାଲେପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ସାଲେପୁର ମୁଖ୍ୟ ବଜାର ସବରେଜିଷ୍ଟାର କାର୍ୟ୍ୟଳୟ ପରିସରରରେ ଥିବା ଏକ ବିରାଟ ଚାକୁଣ୍ଡା ଗଛ ଦୀର୍ଘବର୍ଷ ହେବ ରହିଛି। ଏହି ଗଛରେ ପ୍ରତ୍ୟେକ ବର୍ଷ ଶହଶହ ବଗ, କାଉ, ପାଣିକୁଆ ବର୍ଷା ଦିନେ ଆସି ବସାକରି ଅଣ୍ଡା ଦେଇ ଛୁଆ ଫୁଟାଇ ପୁଣି ଉଡିଯାନ୍ତି। କଟକ-ଚାନ୍ଦବାଲି ରାସ୍ତାରେ ୩୩ କେଭି ବିଦ୍ୟୁତ ତାର ଟଣା ଯାଉଥିବା ଯୋଗୁଁ ବିଭାଗ ପକ୍ଷରୁ ଏବେ ଗଛର ଡାଳକୁ ହଣାଯାଉଛି। ଯାହାଫଳରେ ଶହଶହ ବଗ, କାଉ ଓ ଅନ୍ୟ କିସମର ପକ୍ଷୀ କିଚିରି ମିଚିରି ଶବ୍ଦ କରି ନିଜ ବସା ଛାଡି ଚାଲିଯାଉଛନ୍ତି । ଗଛହଣା ଚାଲିଥିବା ସମୟରେ ସେମାନେ ଦେଇଥିବା ଅଣ୍ଡା ଓ ନିଜ ଛୁଆଙ୍କୁ ବଞ୍ଚାଇବାର ଦୃଶ୍ୟ ହୃଦୟ ବିଦାରକ ଥିଲା । ମହାମାରୀ କରୋନା ସମୟରେ ରାଜ ରାସ୍ତାରେ ବୁଲୁଥିବା ବୁଲା କୁକୁର, ଗାଈ ଏବଂ ଅନ୍ୟ ପଶୁପକ୍ଷୀମାନଙ୍କୁ ଖାଇବା ପାଇଁ ଦେବାକୁ ସରକାର ପରାମର୍ଶ ଦେଇଥିଲାବେଳେ ଗଛରେ ଆଶ୍ରୟ ନେଇଥିବା ନିରୀହ ପକ୍ଷୀ ମାନଙ୍କ ପ୍ରତି ଏଭଳି ଅନ୍ୟାୟକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି।

Related posts

ମୁଣ୍ଡ ନେଉଛି ଅଜଣା ରୋଗ, ୩୦ ଦିନରେ ଗଡିଲାଣି ୧୩ ମୁଣ୍ଡ

mahabharatanews

ଦିଲ୍ଲୀରେ ମଦ ଉପରେର ୭୦% କରୋନା ଟିକସ ଲାଗୁ

mahabharatanews

ରାଜ୍ୟ ସ୍ତରୀୟ ସାମାଜିକ କର୍ମୀ ମିଳନ

mahabharatanews