ଓଡିଶା

ନାବାଳିକାର ବିବାହ ସମୟରେ ପୋଲିସର ଚଢାଉ

(ତାରାକାନ୍ତ ନାୟକ/ସାଲେପୁର): କଟକ ଜିଲ୍ଲା ସାଲେପୁର ବ୍ଲକ ବାଲିସାହି ପଞ୍ଚାୟତରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ନାବାଳିକାର ବାହାଘର ସମୟରେ ପୋଲିସ ଚଢାଉ କରି ବିବାହ କାର୍ଯ୍ୟକ୍ରମ ବନ୍ଦ କରିଛି । ଏହାସହ ନାବାଳିକାଙ୍କୁ ଉଦ୍ଧାର କରିଛି । ସୂଚନା ଅନୁଯାୟୀ, ପଞ୍ଚାୟତ ଅନ୍ତର୍ଗତ ରୋଧପୁର ଗାଁର ଜାହାଙ୍ଗିର ଅଲ୍ଲୀ ତାଙ୍କ ନାବାଳିକା ଝିଆରିର ବିବାହ କରାଉଥିବା ଖବର ପାଇ ସିଡବ୍ଲୁସି ଓ ଆନ୍ତର୍ଜାତୀୟ ମାନବଧିକାର ସଙ୍ଘର କର୍ମଚାରୀ ଓ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିବାହ କାର୍ଯ୍ୟକ୍ରମକୁ ବନ୍ଦ କରିବା ସହ ନାବାଳିକାକୁ ଉଦ୍ଧାର କରିଥିଲେ। ଉକ୍ତ ନାବାଳିକାଙ୍କୁ କଟକ ସିଡବ୍ଲୁସି ଅଫିସକୁ ପଠାଇଛନ୍ତି। ଅନ୍ୟପଟେ ଏହା ବାହାଘର ନୁହେଁ ନିଜ ଝିଆରୀର ନିର୍ବନ୍ଧ କରୁଥିଲେ ବୋଲି ଝିଅର ପିଉସା କହିଛନ୍ତି ।

Related posts

ଦେଶରେ କରୋନା ଆକ୍ରାନ୍ତ ୨୪୫୦୬, ମୃତ ୭୭୫

mahabharatanews

ସନା ହେଲେ ବିଶ୍ୱର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ

mahabharatanews

୭ ଜିଲ୍ଲାରେ ଭୀଷଣ ବର୍ଷିବ

mahabharatanews