ଓଡିଶା

୮ ଫୁଟର ଅଜଗର ଉଦ୍ଧାର

(ବିରୁପାକ୍ଷ ପ୍ରଧାନ/ଆଠଗଡ): ଆଠଗଡ-ଚାନ୍ଦବାଲି ଛକ ଠାରେ ଥିବା ଡିଏସପି କାର୍ୟ୍ୟାଳୟ ପରିସରରେ ଏକ ୮ ଫୁଟର ଅଜଗର ସାପକୁ ଉଦ୍ଧାର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ କାର୍ୟ୍ୟାଳୟରେ ଥିବା ଏକ ବରକୋଳି ଗଛରେ ସାପ ଗୁଡାଇ ହୋଇ ରହିଥିବା କିଛି ସ୍ଥାନୀୟ ଲୋକେ ଦେଖିଥିଲେ । ତେବେ କରୋନା କଟକଣାକୁ ନମାନି ସାପଟିକୁ ଦେଖବାକୁ ସେଠାରେ ପ୍ରବଳ ଭିଡ ଜମିଥିଲା । ଭିଡକୁ ହଟାଇବା ପାଇଁ ପୋଲିସ ସେଠାରୁ ଲୋକମାନଙ୍କୁ ଘଉଡାଇଥିଲା । ଖବର ପାଇ ଆଠଗଡ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ ।

Related posts

ପ୍ରବଳ ବର୍ଷା :  ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ,ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

mahabharatanews

ରାଜଧାନୀ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

mahabharatanews

ରାଷ୍ଟ୍ରପତିଙ୍କୁ ଚିଠି ମାଧ୍ୟମରେ କ୍ଷମା ମାଗିଲେ ଅଧୀର

mahabharatanews