ଓଡିଶା

କରୋନା ଯୋଦ୍ଧାଙ୍କୁ ମାଡ଼ ଅଭିଯୋଗ

(ଦୀପକ ମିଶ୍ର/ଉଦଳା): ସାରା ରାଜ୍ୟରେ କରୋନା ମହାମାରୀ ଏବେ କାୟା ବିସ୍ତାର କରି ଚାଲିଛି । ସରକାର ଏଥିପାଇଁ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୋଲିସଙ୍କୁ ଆଗ ଧାଡ଼ିର କରୋନା ଯୋଦ୍ଧାର ମାନ୍ୟତା ଦେଇଛନ୍ତି । ଏହି ମହାମାରୀ ସମୟରେ ଏହି ଯୋଦ୍ଧାମାନେ ଜନସାଧାରଣଙ୍କ ଆକ୍ରୋଶର ଶୀକାର ହେଉଥିବା ଘଟଣା ସାମନାକୁ ଆସୁଛି । ଏପରି ଏକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଖୁଦପୁଟଳି ଗ୍ରାମରେ । ସୂଚନା ଅନୁଯାୟୀ, ଏହି ଗାଁର ଜଣେ ୫୮ ବର୍ଷ ବୟସ୍କ ବ୍ୟକ୍ତି ଗତ ୪ ତାରିଖ ଦିନ କରୋନାରେ ଆକ୍ରାନ୍ତ ହେବା ଜଣାପଡିବା ପରେ ଭୁବନେଶ୍ୱରର କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ । ପରେ ୯ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଗତକାଲି ଖୁଦପୁଟଳି ଗାଁର ଆଶା କର୍ମୀ ସୁନିମଣି ସିଂ ମୃତକଙ୍କ ଘରକୁ ଯାଇଥିବା ବେଳେ ସେଠାରେ ମୃତକଙ୍କ ଝିଅ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ । ଅଭିଯୋଗ ଅନୁଯାୟୀ, କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପାଇଁ ଉକ୍ତ ଆଶାକର୍ମୀଙ୍କୁ ଦାୟୀ ଠହରାଇ ମୃତକଙ୍କ ଝିଅ ତାଙ୍କୁ ମାଡ ମାରିଥିଲେ । ଏ ନେଇ ଆଶା କର୍ମୀ ସୁନିମଣି ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହାସହ ଧାନଘେରା ପଞ୍ଚାୟତର ସମସ୍ତ ଆଶା କର୍ମୀ ଏକଜୁଟ ହୋଇ ଆକ୍ରମଣର ଶିକାର ହୋଇଥିବା ସୁନିମଣିଙ୍କୁ ନ୍ୟାୟ ପାଇଁ ଦାବି କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଉଦଳା ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।

Related posts

ବିଏମସି ଆରମ୍ଭ କରୁଛି ଟିକ୍ ମି ଆପ: ଘରେ ପହଞ୍ଚିବ ଚାହିଦା ଅନୁଯାୟୀ ସାମଗ୍ରୀ

mahabharatanews

ପୁରୀରେ ଅଗ୍ନିକାଣ୍ଡ , ୮ଲକ୍ଷ ଟଙ୍କର ସମ୍ପତ୍ତି ନଷ୍ଟ

mahabharatanews

ଆଗାମୀ ୩ଦିନ କୁହୁଡ଼ି

mahabharatanews