(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ଗୋରୁମୋହିଶାଣୀ ଥାନା ଅଞ୍ଚଳରେ ଜଣେ ଦୁଷ୍କର୍ମ ପୀଡିତା ଯୁବତୀ ସାତ ମାସର ଗର୍ଭବତୀ ହୋଇଥିବା ଜଣାପଡିଛି। ଅଭିଯୁକ୍ତର ଧମକଚମକ ଭୟରେ ପୀଡିତା ଜଣକ ଦୀର୍ଘ ଦିନ ଧରି ମୁହଁ ଖୋଲୁ ନଥିଲେ । ତେବେ ସେ ଗର୍ଭବତୀ ହେବା ଘଟଣା ସାମନାକୁ ଆସିବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଦୁଷ୍କର୍ମକାରୀ ଜଣକ ସ୍ଥାନୀୟ ମାଣିକପୁର ଗାଁର ବୋଲି ଜଣାପଡିବା ପରେ ତାଙ୍କୁ ଗିରଫ କରାଯାଇଛି । ଅଭିଯୋଗ ଅନୁଯାୟୀ, ଗତ ଜାନୁଆରୀ ମାସରେ ଉକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଏବିଷୟରେ କାହାକୁ ଜଣାଇଲେ ତାଙ୍କୁ ଜୀବନରୁ ମାରିଦେବାକୁ ଅଭିଯୁକ୍ତ ଧମକ ଦେଇଥିଲା । ଏହି ଧମକ ଦେଇ ଯୁବତୀଙ୍କ ସହ ସେ ବାରମ୍ବାର ଦୁଷ୍କର୍ମ କରି ଚାଲିଥିଲା । ପରେ ଯୁବତୀ ଜଣକ ଗର୍ଭବତୀ ଥିବା ଜାଣିବା ପରେ ପରିବାର ଲୋକେ ତାଙ୍କୁ ଏନେଇ ପଚରାଉଚରା କରିଥିଲେ । ତେବେ ପ୍ରକୃତ କଥା ସାମନାକୁ ଆସିବା ସହ ଦୁଷ୍କର୍ମକାରୀର ପରିଚୟ ପାଇବା ପରେ ପରିବାର ଲୋକେ ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ଭିତ୍ତି କରି ପୋଲିସ ଦୁଷ୍କର୍ମକାରୀକୁ ଗିରଫ କରିଛି । ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।
previous post
