(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଦେଶର ୭୪ତମ ସ୍ୱାଧୀନତା ଦିବସ ଅବସରରେ ଆଜି ଜୟ ଜଗନ୍ନାଥ ଗ୍ରୁପ ଓଡିଶା ଚାରିଟେବୁଲ ଟ୍ରଷ୍ଟ୍ ତରଫରୁ ବ୍ରହ୍ମପୁରର ଅସହାୟ ତଥା ନିରାଶ୍ରୟ ଲୋକାମନଙ୍କୁ ପୋଷାକ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ବ୍ରହ୍ମପୁର ରେଳବାଇ ଷ୍ଟେସନ୍ ଓଭରବ୍ରିଜ୍ ତଳେ ବସବାସ କରୁଥିବା ୧୦ଟି ଯାଯାବର ପରିବାରର ପ୍ରାୟ ୪୭ ଜଣ ନିରାଶ୍ରୟଙ୍କୁ ଏହି ସହାୟତା ଯୋଗାଇ ଦିଆଯ।।ଇଛି । ଜୟ ଜଗନ୍ନାଥ ଟ୍ରଷ୍ଟର କର୍ମକର୍ତ୍ତାମାନେ କୁନି ପୁଅ ଝିଅ ମାନଙ୍କୁ ପ୍ୟାଣ୍ଟ ସାର୍ଟ ଦେବା ସହ ନିରାଶ୍ରୟମାନଙ୍କୁ ଡାଲି, ଚାଉଳ, ଅଟା, ଚୁଡା, ତେଲ, ସାବୁନ, ମଶା ଧୂପ, ଆଳୁ, ପିଆଜ ଆଦି ଶୁଖିଲା ଖାଦ୍ୟ ସାମଗ୍ରୀ ବାଣ୍ଟିଛନ୍ତି । କୁନି କୁନି ପିଲାଙ୍କୁ ତ୍ରିରଙ୍ଗା ଦେଇ ବନ୍ଦେ ମାତରାମ, ଭାରତ ମାତାକୀ ଜୟ ସ୍ଲୋଗାନ ଦେବା ସହ ଚକଲେଟ୍ ଓ ବିସ୍କୁଟ ଦେଇ ସଂଗଠନର କର୍ମୀମାନେ ସେମାନଙ୍କ ମୁହଁରେ ହସ ଫୁଟାଇ ଥିଲେ । ଆଗାମୀ ଦିନରେ ସେମାନଙ୍କ ରୋଜଗାର ପାଇଁ ସଂଗଠନ ପକ୍ଷରୁ ଟ୍ରଲି ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ଏହି କାର୍ୟ୍ୟକ୍ରମରେ ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶାର ପ୍ରତିଷ୍ଠାତା ଶିବ ଶଙ୍କର ଦାଶ, ବିଭୁ ପ୍ରସାଦ ଠାକୁର, ରାଜକମଲ ସୁବୁଦ୍ଧି , ଆଶୁତୋଷ ସାହୁ, ପବିତ୍ର କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।