(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଗୋଳାବନ୍ଧ ଓ ଚିଲିଖମା ଗାଁର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ରବିବାର ବିଳମ୍ବିତ ରାତ୍ରିରେ ରକ୍ତାକ୍ତ ସଂଘର୍ଷ ହୋଇଛି । ଏଥିରେ ଉଭୟ ଗୋଷ୍ଠୀର ୧୫ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ପାଣି ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ଟେକା ପଥର ମାଡ ହୋଇଥିବା ପୋଲିସ ଅନୁମାନ କରୁଛି । ତେବେ ଗୋଟିଏ ଗୋଷ୍ଠୀ ବୁଗୁଡା ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଗୋଷ୍ଠୀର ଆହତମାନେ ମାଣିତରା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ଘଟଣାର ତଦନ୍ତ ଚଳାଇଛି ।
previous post
next post
