ଓଡିଶା

ଅଳିଆ ଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର

(ମନୋଜ କୁମାର ସାହୁ/ରାୟଗଡା): ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଗୌରାଙ୍ଗ ମନ୍ଦିର ସାହିର ଏକ ଅଳିଆ ଗଦାରୁ ଆଜି ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ, ଆଜି ସକାଳେ ଗୌରାଙ୍ଗ ମନ୍ଦିର ସାହିର ଜଣେ ମହିଳା ଫୁଲ ତୋଳିବାକୁ ଯାଇଥିବା ବେଳେ ଅଳିଆ ବୁଦା ନିକଟରେ ଶିଶୁ କନ୍ୟାର କାନ୍ଦ ଶୁଣିଥିଲେ । ପରେ ମହିଳା ଜଣକ ଗାଁ ଲୋକଙ୍କୁ ଖବର ଦେବା ପରେ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇ କୋଲନରା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଶିଶୁକନ୍ୟାର ସ୍ୱାସ୍ଥ୍ୟ ଏବେ ସ୍ଵାଭାବିକ ଥିବା ବେଳେ ଚଣ୍ଡିଲି ପୋଲିସ ଘଟଣାର ତଦନ୍ତ କରୁଛି । ତେବେ ଶିଶୁ କନ୍ୟାକୁ କିଏ ଓ କେଉଁ ପରିସ୍ଥିତିରେ ଅଳିଆ ଗଦାରେ ଫିଙ୍ଗି ଚାଲିଯାଇଛି ତାହା ଏଯାଏ ଜଣାପଡିନାହିଁ ।

Related posts

ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ 

mahabharatanews

ଆଲୋକ ମହିଳା ସ୍ୱୟଂ ସଂହାୟକ ଗୋଷ୍ଠୀଙ୍କୁ ତାଲିମ ଦେବାକୁ ଦାବି

mahabharatanews

ବାରକୋଟ ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ

mahabharatanews