ଓଡିଶା

ପଣ୍ଡିତ ଯଶରାଜଙ୍କୁ ସ୍ୟାଣ୍ଡ ଆନିମେସନ ଜରିଆରେ ଶ୍ରଦ୍ଧାଞ୍ଜଳି

(ଜୟନ୍ତ କୁମାର ସେଠୀ/ପୁରୀ): ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ବିଶାରଦ ସ୍ୱର୍ଗତଃ ପଣ୍ଡିତ ଯଶରାଜଙ୍କୁ ଏକ ସ୍ୟାଣ୍ଡ ଆନିମେସନ ଜରିଆରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ତାଙ୍କ ନିର୍ମିତ ଏହି ଆନିମେସନରେ କିମ୍ବଦନ୍ତୀ ଯଶରାଜ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ବୋଲି ସେ ଉଲ୍ଲେଖ କରିଛନ୍ତି । ଏହି ସ୍ୟାଣ୍ଡ ଆନିମେସନଟି ନିର୍ମାଣ କରିବାକୁ ତାଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା । ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ଏହି ବିଶିଷ୍ଟ ସଙ୍ଗୀତ ବିଶାରଦଙ୍କ ଆମେରିକାରେ ୯୦ ବର୍ଷ ବୟସରେ ପରଲୋକ ହୋଇଥିଲା । ସେ ଶାସ୍ତ୍ରୀୟ ସଙ୍ଗୀତ ପାଇଁ ଅନେକ ରାଷ୍ଟ୍ରୀୟ ସମ୍ନାନ ପାଇଛନ୍ତି ।

Related posts

ଏକତରଫା ପ୍ରେମରେ ବିଫଳ ହେବାରୁ ନାବାଳିକାର ବାପାଙ୍କୁ ଯୁବକ କଲା ଛୁରାମାଡ଼

mahabharatanews

କୋର୍ଟରେ ହାଜର ହେଲା ଅଭିଯୁକ୍ତ ଗୋପାଳ ଦାସ

mahabharatanews

ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

mahabharatanews