ଓଡିଶା

ଲଗାଣ ବର୍ଷାରେ ବେହାଲ ସୋନପୁର ସହର

(ଓମପ୍ରକାଶ ମିଶ୍ର/ ସୋନପୁର): ଗତ ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇଛି ସୁବର୍ଣ୍ଣପୁର ସହର । ସହରର ପଟାଭାଡି ଅଞ୍ଚଳରେ ଲୋକଙ୍କ ଘରେ ପାଣି ପସିଛି । ପଟାଭାଡି ବସ୍ତିର ପ୍ରାୟ ୩୦ରୁ ୪୦ ଘରେ ଆଣ୍ଠୁଏ ଉଚ୍ଚର ପାଣି ଜମିଥିବା ଜଣାପଡିଛି । ଗତକାଲି ରାତିରୁ ଘରେ ପାଣି ପସିବା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଖବର ପାଇ ଆଜି ସକାଳୁ ଦମକଳ ବାହିନୀ ଘରୁ ପାଣି ନିଷ୍କାସନରେ ଲାଗି ପଡିଛି । ରାସ୍ତା ତିଆରି ପାଇଁ ସ୍ଥାନୀୟ ଏକ ଡ୍ରେନକୁ ପୋତି ଦିଆଯାଇଥିବାରୁ ଏହି ସମସ୍ୟା ଉପୁଜିଥିବା ଲୋକେ ଅଭିଯୋଗ କରିଛନ୍ତି । ସେହିପରି ସହରର ଅନେକ ବସ୍ତିଗୁଡିକରୁ ବାହାରୁଥିବା ବନ୍ୟାପାଣି ରାସ୍ତାରେ ଜମି ରହିବା ଫଳରେ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଉଛି । ତେବେ ଗତ ୨ ଦିନର ଲଗାଣ ବର୍ଷାରେ ସୋନପୁର ସହର ଅବସ୍ଥା ଶୋଚନୀୟ ହୋଇଥିବା ବେଳେ ଆଗକୁ ବର୍ଷା ଜାରି ରହିଲେ ଅବସ୍ଥା ଅସମ୍ଭାଳ ହେବ ବୋଲି ଚର୍ଚ୍ଚା ଚାଲିଛି ।

Related posts

ଅରୁଣ ଦେଙ୍କୁ ଶ୍ରଦ୍ଧାଞଳି

mahabharatanews

ଫସିରହିଥିବା ୭୦ ଜଣ ଶ୍ରମିକଙ୍କୁ ନିଜ ଅଞ୍ଚଳକୁ ଫେରିଯାଇଛନ୍ତି

mahabharatanews

୨୯ ତାରିଖରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ

mahabharatanews