ଓଡିଶା

ପୋଲ ଉପରୁ ଭାସିଗଲା ମିନି ଟ୍ରକ୍

(ଵିଜୟ କୁମାର କାରୁଆ/ପାଟଣା): ଲଗାଣ ଲଘୁଚାପ ବର୍ଷା ଯୋଗୁ ସାରା ଓଡିଶାର ସ୍ଥିତି ବେହାଲ ହୋଇପଡିଛି । ତେବେ ପାଟଣା ଅଞ୍ଚଳରେ ମଧ୍ୟ ଅନୁରୁପ ପରିସ୍ଥିତି । ରାସ୍ତାଘାଟ ଉପରେ ପାଣିର ସୁଅ ଛୁଟୁଥିବା ବେଳେ ଲୋକଙ୍କ ଘରେ ପାଣି ପଶିଛି । ଯାହା ଦ୍ୱାରା ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସୁଚନା ଯେ ବୁଧବାର ଦିନ ଢେଙ୍କିକୋଟ ପାଟଣାକୁ ଲମ୍ବିଥିବା ୨୨୦ ଜାତୀୟ ରାଜପଥ ମଙ୍ଗଳପୁରସ୍ଥିତ ହାଡ଼ଖାଇ ନାଳ ପୋଲ ଉପରେ ୩ ଫୁଟର ପାଣି ଚାଲୁଥିଲା । ସେତେବେଳେ ଢେଙ୍କିକୋଟ ପଟୁ ଏକ ଧାନ ବୋଝେଇ ମିନିଟ୍ରକ୍ ଗାଡି ଆସୁଥିବା ବେଳେ ପାଣି ସୁଅରେ ମିନିଟ୍ରକ୍ଟି ଭାସି ଯାଇଥିଲା । ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡି ଡ୍ରାଇଭର ବହୁ କଷ୍ଟରେ ମିନିଟ୍ରକ୍ ରୁ ଉଦ୍ଧାର କରାଯାଇଥିଲା ଏବଂ ତାକୁ ପାଟଣା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଲଘୁଚାପ ଯୋଗୁଁ ଲଗାଣ ବର୍ଷା ଲାଗି ରହିଥିବାରୁ ଢେଙ୍କିକୋଟ ପାଟଣା ରାସ୍ତା ଏବଂ ଟାଙ୍ଗରା ନିକଟସ୍ଥ କେନ୍ଦୁଝର ପାଟଣା ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

Related posts

ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

mahabharatanews

ଆଜିଠୁ ହାଇକୋର୍ଟରେ ଗ୍ରୀଷ୍ମ ଛୁଟି

mahabharatanews

ଇର୍ମାଙ୍କ ସ୍ବପ୍ନକୁ ଧୂଳିସାତ୍ କରିଦେଲା ମାରତ୍ମକ କର୍କଟ

mahabharatanews