(ମହାଭାରତ/ଭୂବନେଶ୍ୱର): ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି । ଅତିରିକ୍ତ ସଚିବ, ଯୁଗ୍ମ ସଚିବ ଓ ଉପ ସଚିବ ପାହ୍ୟାରେ କାର୍ଯ୍ୟ କରୁଥିବା ୨୫ ଜଣ ବରିଷ୍ଠ ଓଏଏସ ଅଫିସରଙ୍କର ବିଭିନ୍ନ ସ୍ଥାନକୁ ବଦଳି ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କୃଷି ବିଭାଗର ଅତିରିକ୍ତ ସଚିବ ତଥା ବରିଷ୍ଠ ଓଏଏସ ମ୍ୟାରୀ ଲାକ୍ରାଙ୍କୁ ଅବକାରୀ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ଶୈଳେନ୍ଦ୍ର କୁମର ଦ୍ୱିବେଦୀଙ୍କୁ ପର୍ଯ୍ୟଟନ ବିଭାଗ ଅତିରିକ୍ତ ସଚିବ, କୃଷ୍ଣପ୍ରସାଦ ପତିଙ୍କୁ ଇଆଣ୍ଡଆଇଟି ବିଭାଗ ଅତିରିକ୍ତ ବିଭାଗ ସଚିବ, ଦୟାନିଧି ନାୟକଙ୍କୁ କୃଷି ବିଭାଗ ଅତିରିକ୍ତ ସଚିବ ଭାବେ ନିଯୁ୍କ୍ତି ମିଳିଛି । ସେହିପରି ମୋହନ ଚରଣ ଦାସଙ୍କୁ ମହିଳା ଓ ଶିଶୁ କଲ୍ୟାଣ ଓ ମିଶନ ଶକ୍ତିର ଅତିରିକ୍ତ ସଚିବ, ପ୍ରଭାତ କୁମାର ଭୋଇଙ୍କୁ ଜଳ ସମ୍ପଦ ବିଭାଗ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ବିଶ୍ୱନାଥ ବାରିକଙ୍କୁ ଲୋକାୟୁକ୍ତଙ୍କ ଅତିରିକ୍ତ ସଚିବ, ଦୁର୍ବାଦଳ ମେହେରଙ୍କୁ ଶିଳ୍ପ ବିଭାଗ ଅତିରିକ୍ତ ସଚିବ, ମନୋଜା ଦେବୀଙ୍କୁ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ସଚିବ, ତ୍ରିଲୋଚନ ମାଝିଙ୍କୁ ଆୟୁଷ ନିର୍ଦ୍ଦେଶକ ଓ ନୃସିଂହ ଚରଣ ସ୍ୱାଇଁଙ୍କୁ ଅର୍ଥ ବିଭାଗ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଥିବା ଜଣାପଡିଛି । ସେହିପରି ବିଜୟ କୁମାର ପୃଷ୍ଟିଙ୍କୁ ଅର୍ଥ ବିଭାଗ ସଚିବ, ପୁରନ୍ଦର ଧାରୁଆଙ୍କୁ କ୍ଷୁଦ୍ର ଓ ମଧ୍ୟମ ବିଭାଗ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।
previous post
next post
