ଓଡିଶା

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

(ଜ୍ୟୋତିରଞ୍ଜନ ଧର/କଣିହାଁ): ଅନୁଗୋଳ ସହର ମସଜିଦ ଛକରେ ଆଜି ଭୋର ସମୟରେ ଏକ ଦୋକାନରେ ଅଗ୍ନିକାଣ୍ଡ ହୋଇଛି । ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି । ମସଜିଦ ଛକରେ ଥିବା ସତ୍ୟମ ସ୍ନାକ୍ସ ଏଣ୍ଡ ସ୍ୱିଟସ୍ ନାମକ ଏହି ଦୋକାନ ଭିତରୁ ସକାଳୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଦୋକାନ ମାଲିକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଦୋକାନର ସଟର ଖୋଲିଥିଲେ । ସେତେବେଳକୁ ଦୋକାନ ଭିତରେ ନିଆଁ ହୁ ହୁ ହୋଇ ଜଳୁଥିଲା । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁଙ୍କୁ ଆୟତ୍ତ କରିଥିଲା । ସେତେବେଳେକୁ ଦୋକାନରେ ଥିବା ୩ଟି ଫ୍ରିଜ ସମେତ ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଥିଲା । ତେବେ ସର୍ଟ ସାର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରା ଯାଉଛି ।

Related posts

ସେପ୍ଟେମ୍ବର ୩୦ ଯାଏ କଟକଣା ବୃଦ୍ଧି

mahabharatanews

ଦୁଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୨ ଗୁରତର

mahabharatanews

ମଶାଣିରୁ ନବଜାତ କନ୍ୟା ଉଦ୍ଧାର

mahabharatanews