(ନୂଆଦିଲ୍ଲୀ): ଭାରତରେ କରୋନା କାୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ତେବେ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୯୫ ହଜାର ୭୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ଲକ୍ଷ ୬୫ ହଜାର ୮୬୩ ରେ ପହଞ୍ଚିଛି । ସେହିପରି ଆଜି ୧୧୭୨ ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୫ ହଜାର ୦୬୨ କୁ ବୃଦ୍ଧି ପାଇଛି । ଦେଶରେ ଏବେ ୯ ଲକ୍ଷ ୧୯ ହଜାର ୦୧୮ ଆକ୍ଟିଭ୍ କେସ୍ ଥିବା ବେଳେ ୩୪ ଲକ୍ଷ ୬୫ ହଜାର ୮୬୩ ଜଣ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
previous post