ଓଡିଶା

ଦୁଇ ପୃଥକ ସଡକ ଦୁର୍ଘଟଣାରେ ୨ ମୃତ

(ଅଜିତ କୁମାର ସାହୁ/ଜଳେଶ୍ବର): ଦିନକୁ ଦିନ ୬୦ନମ୍ବର ଜାତୀୟ ରାଜପଥ ସାଜୁଛି ମରଣଯନ୍ତା। ସୂଚନା ଅନୁଯାୟୀ, ଜଳେଶ୍ୱର ଥାନା ୬୦ ନମ୍ବର ଜାତୀୟ ରାଜପଥର ଗାୟତ୍ରୀ ପେଟ୍ରୋଲ ପମ୍ପ ନିକଟରେ କାର ଓ ବାଇକ ଧକ୍କାରେ ବାଇକ ଆରୋହି ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି। ସେହିପରି ବସ୍ତା ଥାନା ଭେଲୋରା ଛକ ନିକଟରେ ଟ୍ରକ ଚାପରେ ଜଣେ ବାଇକ ଅରୋହି ମୃତ୍ୟୁ ହୋଇଛି । ଭେଲୋରା ଛକ ନିକଟରେ ରାସ୍ତା ଖରାପ ପାଇଁ ବାରମ୍ବାର ଦୁର୍ଘଟଣାରେ ଜୀବନ ଯାଉଥିଲେ ବି ରାସ୍ତା ମରାମତି କରା ଯାଉନାହିଁ ବା ଏହାର ସ୍ଥାୟୀ ପ୍ରତିକାର କରାଯାଉନାହିଁ। ଯାହାକୁ କେନ୍ଦ୍ର କରି ଏଠାରେ ଉତ୍ତେଜନା ଦେଖାଦେଇଥିଲା । ପରେ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

Related posts

ପଛକୁ ପଛ ଆସୁଛି ଲଘୁଚାପ ; ୧୩ ତାରିଖରେ ଲଘୁଚାପ ସୃଷ୍ଟି

mahabharatanews

୮ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ

mahabharatanews

କୁମ୍ଭୀର ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

mahabharatanews