ଓଡିଶା

ମୁଣ୍ଡ ନେଉଛି ଅଜଣା ରୋଗ, ୩୦ ଦିନରେ ଗଡିଲାଣି ୧୩ ମୁଣ୍ଡ

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ଜୀବନ ନେଉଛି ଅଜଣା ରୋଗ । ମାସକ ମଧ୍ୟରେ ଗଲାଣି ୧୩ ଗ୍ରାମବାସୀଙ୍କ ଜୀବନ । ଯାହାକୁ ନେଇ ଗାଁରେ ଆତଙ୍କ ଖେଳିଯାଇଛି । ତେବେ ଗୁଣିଆ ଭରସାରେ ଏବେ ଗ୍ରାମବାସୀ ଦିନ କାଟୁଛନ୍ତି । ସୁଚନା ଯେ, ମାଲକାନାଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଉପାନ୍ତ ଗାଁ ରୁ ଆସିଛି ଏପରି ଚିତ୍ର । ଯେଉଁଠି ବିଜ୍ଞାନ ଯୁଗରେ ଡାକ୍ତରଙ୍କୁ ବିଶ୍ୱାସ କରିବା ଜାଗାରେ ଝଡାଫୁଙ୍କାକୁ ଲୋକେ ଆଦରୁଥିବା ଦେଖିବାକୁ ମିଳିଛି । ବ୍ଲକର କମାରପାଲ୍ଲୀ ପଂଚାୟତ ଅଧିନ ସୋଡିଗୁଡା ଗାଁରେ ଏବେ ଅଜଣା ରୋଗ ବ୍ୟାପିବାରେ ଲାଗିଛି । ଗୋଟିଏ ଦିନରେ ଦୁଇ ଦୁଇ ଟି ଶବ ଗାଁ ରୁ ମଶାଣିକୁ ଯାଉଛି ।
ସେଠାରେୂ ଲୋକଙ୍କ କହିବାନୁସାରେ ପ୍ରଥମେ ଦେହ ଫୁଲିବା ଆରମ୍ଭ ହେଉଛି, ତା ପରେ ସପ୍ତାହ ମଧ୍ୟରେ ପୁରା ଶରୀରରେ ସଂକ୍ରମିତ ହୋଇ ପ୍ରାଣ ଚାଲିଯାଉଛି । ଏପରି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗାଁର ୧୩ ଜଣଙ୍କର ଜୀବନ ଅକାଳରେ ଚାଲିଗଲାଣି । ଏଥିରୁ ୨ ଜଣ ଶିଶୁ ମଧ୍ୟ ପ୍ରାଣ ହରାଇଛନ୍ତି । ତେବେ କେଉଁ କାରଣରୁ ଏପରି ଅଜଣା ରୋଗ ଲୋକଙ୍କ ଭିତରେ ମାଡିବାରେ ଲାଗିଛି ତାହା ସ୍ପଷ୍ଟ ଜଣାପଡିନାହିଁ ।

Related posts

ଖୋଲିବ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର

mahabharatanews

ଏଡିଜି ଆର କେ ଶର୍ମା ତଦନ୍ତ କରୁଛନ୍ତି ଓଡ୍ରାଫ ବୋଟ ବୁଡି ଘଟଣାର

mahabharatanews

ଗାଁରେ ପହଞ୍ଚିଲା ପାର୍ଥିବ ଶରୀର ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

mahabharatanews